ଇକୋ କ୍ଲବ ଛାତ୍ରଛାତ୍ରୀଙ୍କ ଦ୍ୱାରା ଋଷିକୂଲ୍ୟା ମୁହାଣ ସଫେଇ

ଗଞ୍ଜାମ, (ବିନୋଦ ପଲାଇ):ବ୍ରହ୍ମପୁର ବନଖଣ୍ଡସ୍ଥ ଖଲ୍ଲିକୋଟ ରେଞ୍ଜ ସହକାରୀ ବନ ସଂରକ୍ଷକଙ୍କ ପରାମର୍ଶ କ୍ରମେ ଖଣ୍ଡଦେଉଳି ହାଇସ୍କୁଲ ଇକୋ କ୍ଲବ ଛାତ୍ର ଛାତ୍ରୀ ଏବଂ ରମ୍ଭା ହାଇସ୍କୁଲ ଏନସିସି କ୍ୟାଡେଟଙ୍କ ମିଳିତ ସହଯୋଗ ରେ ଅଲିଭ ରିଡଲେ ଙ୍କ ପ୍ରମୁଖ ଗଣ ଅଣ୍ଡାଦାନସ୍ଥଳୀ ଋଷିକୂଲ୍ୟା ମୁହାଣ ର ବଟେଶ୍ୱର ବେଳାଭୂମି ର ପ୍ରାୟ ୨km ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବେଳାଭୂମି ସଫେଇ କରାଯାଇଥିଲା | ଅଲିଭ ରିଡଲେ ଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ପାଇଁ ବେଳାଭୂମି ରେ ପଡ଼ିଥିବା ପଲିଥିନ, ପାଣି ବୋତଲ, ଛିଣ୍ଡା ଜାଲ, ଛିଣ୍ଡା ଚପଲ, ରବର, ଭଙ୍ଗା କାଚ, ଥରମୋକୋଲ, ଛିଣ୍ଡା ଦଉଡି, ଗୁଟଖା ଜରି, କୁରକୁରି ଜରି ପରି ଜୈବ ନିମ୍ନୀକରଣ ଅଯୋଗ୍ୟ ପଦାର୍ଥ ଗୁଡିକ ସଫେଇ କରି ପ୍ରାୟ ୧୪୦kg ର ବର୍ଜ୍ୟବସ୍ତୁ ଗୁଡିକୁ ବେଳାଭୂମି ଠାରୁ ଦୂର ସ୍ଥାନ ରେ ରଖା ଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କୁ ବେଳାଭୂମି ସଫେଇ ର ଗୁରୁତ୍ୱ ଏବଂ ସଚେତନତା କରେଇବା ପାଇଁ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ସହକାରୀ ବନ ସଂରକ୍ଷକ ଦିବ୍ୟ ଶଙ୍କର ବେହେରା ଅଲିଭ ରିଡଲେ ର ପରିସଂସ୍ଥିୟ ଗୁରୁତ୍ୱ ଏବଂ ପଲିଥିନ ର କୁପ୍ରଭାବ ଗଣ ଅଣ୍ଡାଦାନ କୁ କିପରି ପ୍ରଭାବିତ କରିଥାଏ ସଚେତନ କରାଇଥିଲେ | ଜିଲ୍ଲା ସଂଯୋଜକ Dr. ଶଙ୍କର ନାରାୟଣ ବେଜ ଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀ ମାନେ ପ୍ରାୟ ୨km ପର୍ଯ୍ୟନ୍ତ ବେଳାଭୂମି ସଫେଇ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ରମ୍ଭା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ଏହି ବେଳାଭୂମି ସଫେଇ କାର୍ଯ୍ୟ ରେ ହୁମା ବନରକ୍ଷୀ ତପନ କୁମାର ନନ୍ଦ, ଖଣ୍ଡଦେଉଳି ହାଇସ୍କୁଲ ର ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ବଡ଼ଜେନା, ଶିକ୍ଷକ ସୁଧାକର ସ୍ୱାଇଁ, ଶିକ୍ଷକ ଆଲୋକ ସେନାପତି, ଶିକ୍ଷୟିତ୍ରୀ ସସ୍ମିତା ସାହୁ ଏବଂ ଜଙ୍ଗଲ ବିଭାଗ ର କର୍ମଚାରୀ ମାନେ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ