ଇଚ୍ଛାପୁର କୁ ହରାଇ ବ୍ରହ୍ମପୁର ରାଇଜିଙ୍ଗ ଷ୍ଟାର ଚାମ୍ପିଅନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟ ଟାଟା ଗ୍ରାଉଣ୍ଡରେ କାଳିପଲ୍ଲୀ ଗ୍ରାମର ଷ୍ଟୁଡେଣ୍ଟ ଇଲେଭନ ପକ୍ଷରୁ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚ୍ ରେ ଇଚ୍ଛାପୁରର ପୋଷ୍ଟମ୍ୟାନ ଏକାଦ୍ଦଶ କୁ ହରାଇ ବ୍ରହ୍ମପୁରର ରାଇଜିଙ୍ଗ ଷ୍ଟାର ଏକାଦ୍ଦଶ ଚାମ୍ପିଅନ୍ ହୋଇଛନ୍ତି । ଇଚ୍ଛାପୁର ଏକାଦ୍ଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ସମସ୍ତ ୱୁକେଟ୍ ହରାଇ ୧୪.୨ଓଭର ରେ ୬୭ ରନ୍ ସଂଗ୍ରହ କରିଥିଲେ । ବ୍ରହ୍ମପୁରର ରାଇଜିଙ୍ଗ ଷ୍ଟାର ଏକାଦ୍ଦଶ ଦୁଇଗୋଟି ୱୁଇକେଟ୍ ହାରଇ ୧୫ଓଭରର ଶେଷବଲ୍ ରେ ଛକା ମାରି ୬୮ରନ ସଂଗ୍ରହ କରି ବିଜୟୀ ହାସଲ କରିଥିଲୋ ବ୍ରହ୍ମପୁରର ରାଇଜିଙ୍ଗ ଷ୍ଟାର ଏକାଦ୍ଦଶ (ଚାମ୍ପିଆନ୍ ଦଳ) କୁ ଟ୍ରଫି ସହ ୨୫,୦୦୧ ଆର୍ଥିକ ରାଶି ଏବଂ ରନର୍ସପ୍ ଇଚ୍ଛାପୁରର ପୋଷ୍ଟମ୍ୟାନ ଏକାଦ୍ଦଶକକୁ ଟ୍ରଫି ସହ ୧୫,୦୦୧ଟଙ୍କା ପ୍ରଦାନ କରାଯାଇଛି । ମ୍ୟାନ ଅଫ ଦି ମ୍ୟାଚ ଭାବେ ବ୍ରହ୍ମପୁରର ରାଇଜିଙ୍ଗ ଷ୍ଟାର ଏକାଦ୍ଦଶର ସୋନିକୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟକାର୍ଯ୍ୟକାରୀଣୀ ସଦସ୍ୟ ତଥା ଏସସି ମୋର୍ଚ୍ଚାର ଜିଲ୍ଲାସଭାପତି ପ୍ରଶାନ୍ତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ର ଜିଲ୍ଲା ଉପସଭାପତି ଶଙ୍କର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଆଜିର ମ୍ୟାଚ୍ କୁ ଅମ୍ପାୟର ଭାବେ ଏସ.ପୁରୁଷୋତ୍ତମ ରେଡ୍ଡୀ ଓ ସିଏଚ୍‌. ଆପେୟା ପାତ୍ର. ସ୍କୋରର ଭାବେ ଟି.ହେମନ୍ତ ରେଡ୍ଡୀ ଓ ପି.ବାବୁଲା ରେଡ୍ଡୀ ଏବଂ ଭାଷ୍ୟକାର ଭାବେ ପି.ଲମ୍ବୋଦର ରେଡ୍ଡୀ ଦାୟିତ୍ୱ ତୁଲାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପି.ଲମ୍ବୋଦର ରେଡ୍ଡୀ, ଏସ.ପୁରୁଷୋତ୍ତମ ରେଡ୍ଡୀ, ପି.ହରିକୃଷ୍ଣ ରେଡ୍ଡୀ, ସିଏଚ୍‌.ଆପେୟା ପାତ୍ର, ପି.ଦୀପକ ରେଡ୍ଡୀ, ପି.ବାବୁଲା ରେଡ୍ଡୀ, କେ.ନାରସୁମୁଲୁ ରେଡ୍ଡୀ ଓ ପି.ଚନ୍ଦ୍ରେୟା ରେଡ୍ଡୀ, ଙ୍କ ସମେତ ଷ୍ଟୁଡେଣ୍ଟ ଇଲେଭନ କ୍ରିକେଟ୍ କ୍ଲବର ସମସ୍ତ ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଟୂର୍ଣ୍ଣାମେଣ୍ଟ ଫେବୃୟାରୀ ୩ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଥିଲ।। ଏଥିରେ ଇଚ୍ଛାପୁର ଠାରୁ ଆରମ୍ଭ ଜିଲ୍ଲାର ୧୮ଟି ଟିମ୍ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ