ଇଞ୍ଚୋଳରେ ଧବଳେଶ୍ୱର ପୂଜାତ୍ସୋବ ଉଦଯାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ଦୀର୍ଘ ୭ଦିନ ଧରି ଚାଲିଥିବା ବାବା ଧବଳେଶ୍ୱରଙ୍କ ପୂଜାତ୍ସୋବ ଉଦଯାପିତ ହୋଇଯାଇଛି । ଏଥିଲାଗି ମନ୍ଦିର ପରିସରକୁ ରଙ୍ଗିନ ଆଲୋକ ମାଳାରେ ସଜ୍ଜିତ କରାଯାଇ ଥିବାବେଳେ ୭ଦିନ ଧରି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଥିଲା । ଗତକାଲି ସନ୍ଧ୍ୟାରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ଯୁବ ବିଜେଡି ସଭାପତି ତଥା ହାଯଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ, ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ସଶ୍ମିତା ମହାପାତ୍ର, ବିଜେଡି ନେତା ବିଶ୍ୱନାଥ ନାୟକ, ଯୁବ ସମାଜସେବୀ ଅଭିମନୁ୍ୟ ସେଠୀ, ନାଏବ ସରପଞ୍ଚ ମନୋଜ କୁମାର ନାୟକ, ୱାର୍ଡସଭ୍ୟା ସୁପ୍ରୀୟା ସା, ପ୍ରକାଶ ଚନ୍ଦ୍ର ସୁଆର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗାଁ ମାନଙ୍କରେ ହେଉଥିବା ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଗାଁରେ ଭାଇଚାରା ଓ ଏକତା ବଜାୟ ରହେ ବୋଲି ମତବ୍ୟକ୍ତ କରିଥିଲେ । ୩୧ବର୍ଷ ଧରି ଚାଲିଥିବା ଏହି ଧବଳେଶ୍ୱର ପୂଜା ଓ ଉତ୍ସବ ଆଗାମି ଦିନରେ ଆହୁରି ବୃହତ ଆକାର ଧାରଣାରୁ ବୋଲି ଧବଳେଶ୍ୱର ପୂଜା କମିଟି ସଦସ୍ୟ ଅଭିମନୁ୍ୟ ନାୟକ, ଶ୍ରୀମନ୍ତ ନାୟକ, ସୁକୁମାର ନାୟକ, ପ୍ରଦୀପ ପରିଡା, ସରୋଜ ପରିଡା, ପ୍ରଦୁ୍ୟମ୍ନ ସୁଆର, ସୁକାନ୍ତ ପରିଡା, ସରୋଜ ସୁଆର, ନିରଞ୍ଜନ ନାୟକ, ମାନସ ପଣ୍ଡା, ଜଗନ୍ନାଥ ରାଉତ, ଦେବବ୍ରତ ମଲ୍ଲିକ, ସନ୍ତୋଷ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅଭିଜିତ ମଜମୁଦାରଙ୍କ ସୁମଧୁର ସଙ୍ଗୀତ ଦର୍ଶକ ମାନଙ୍କୁ ଆମୋଦିତ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ