ଇଞ୍ଚୋଳ, ବାଲିବରେଇ, କଳିଗାଁ ପଞ୍ଚାୟତରେ ବୁଲିଲା ଅର୍ପଣ ରଥ, ଭକ୍ତିର ଗୁଆ ଅରୁଆ ଚାଉଳ ସଂଗ୍ରହ
ହାଟଡ଼ିହି, (ବିକାଶ ବିଶ୍ୱାଳ):ପୁରୀ ଜଗନ୍ନାଥ ପ୍ରକଳ୍ପର ଲୋକର୍ପଣ ଉତ୍ସବ ଲାଗି ସମଗ୍ର ରାଜ୍ୟରେ ବୁଲୁଥିବା ଅର୍ପଣ ରଥ ଆଜି ହାଟଡିହି ବ୍ଲକର ଇଞ୍ଚୋଳ, ବାଲିବରେଇ ଓ କଳିଗାଁ ପଞ୍ଚାୟତରେ ପରିକ୍ରମା କରିଛି । ଇଞ୍ଚୋଳ ପଞ୍ଚାୟତକୁ ରଥ ପ୍ରବେଶ କରିବା ପରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ସଶ୍ମିତା ମହାପାତ୍ର, ପିଇଓ ଅମୁଲ୍ୟ କୁମାର ପହି, ଜିଆରଏସ ଶ୍ରୀମନ୍ତ ନାୟକ, ପୁର୍ବତନ ନାଏକ ସରପଞ୍ଚ ତଥା ସମାଜସେବୀ ବିଜୟ କୁମାର ମହାପାତ୍ର ପ୍ରମୁଖ ଫୁଲ, ଓ ଧୂପ ଦ୍ୱୀପ ଦ୍ୱାରା ବନ୍ଦାପନା କରି ରଥକୁ ସ୍ୱାଗତ କରିଥିଲେ । ପରେ ଭଜନ କିର୍ତ୍ତନ କରାଯାଇ ଗ୍ରାମ ପରିକ୍ରମା କରିତôଲା । ଶହଶହ ମହିଳା ରଥ ସହିତ ସାମିଲ ହୋଇ ଶଙ୍ଖ, ହୁଳହୁଳି ଧ୍ୱନିରେ ସମଗ୍ର ଗ୍ରାମଟି ପ୍ରକମ୍ପିତ ହୋଇ ଉଠିଥିଲା । ପ୍ରତି ଘର ସମୁଖରେ କଳଶ ସ୍ଥାପନ କରାଯିବା ସହିତ ରଥକୁ ବନ୍ଦାପନା କରି ଗୁଆ ଓ ଚାଉଳ ଅର୍ପଣ କରିଥିଲେ । ସେହିପରି ବାଲିବରେଇ ପଞ୍ଚାୟତର ବାଲିବରେଇ, ବିଦ୍ୟାଧରପୁର, ନୁଆଗାଁ ଆଦି ଗ୍ରାମରେ ଅର୍ପଣ ରଥ ପରିକ୍ରମା କରିଛି । ଗାଁର ମହିଳାମାନେ ଗାଁ ଦାଣ୍ଡ ଓ ଘର ସମ୍ମୁଖରେ ମୁରୁଜ ପକାଇ ଓ କଳଶ ବସାଇ ରଥକୁ ସ୍ୱାଗତ କରିତôଲେ । ବିଶେଷକରି ଗ୍ରାମରେ ଏକ ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା । ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସରପଞ୍ଚ ହରପ୍ରୀୟା ଦଣ୍ଡପାଟ, ସମିତିସଭ୍ୟା ଦମୟନ୍ତୀ ଜେନା, ପିଇଓ ଜିତେନ୍ଦ୍ର କୁମାର ଜେନା, ଜିଆରଏସ ରଞ୍ଜନ କୁମାର ମଲ୍ଲିକ ପ୍ରମୁଖ ସାମିଲ ହୋଇ ରଥକୁ ପୁଜାର୍ଚ୍ଚନା କରିବାପରେ ପଞ୍ଚାୟତରେ ରଥ ପ୍ରରିକ୍ରମା କରିଥିଲା । ସେହିପରି କଳିଗାଁ ପଞ୍ଚାୟତରେ ଆଜି ଅର୍ପଣରଥ ପରିକ୍ରମା କରିଛି । କଳିଗାଁ ଜଗନ୍ନାଥ ମନ୍ଦିରରୁ ରଥ ବାହାରି କଳିଗାଁ, ଇଛାପୁର, କଇଥଗଡିଆ, ଶାଳକଣିଆଁ ଆଦି ଗ୍ରାମ ପରିକ୍ରମା କରାଯାଇଥିଲା । ରଥ ପରିକ୍ରମା ବେଳେ ଗ୍ରାମର ମହିଳାମାନେ ଧୂପଦ୍ୱୀପରେ ବନ୍ଦପନା କରିବା ସହିତ ଅକ୍ଷତ ଓ ଗୁଆ, ନଡିଆ ଆଦି ସମର୍ପଣ କରିଥିଲେ । ସରପଞ୍ଚ ହେମଲତା ଜେନା, ପିଇଓ ଅମୁଲ୍ୟ କୁମାର ପହି, ଜିଆରଏସ ବଳରାମ ମଲ୍ଲିକ, ବ୍ଲକର ଏ.ସିପି ପ୍ରଶାନ୍ତ କୁମାର ସେଠୀ, ପୁର୍ବତନ ସରପଞ୍ଚ ପିତବାସ ଜେନା, ନାୟବ ସରପଞ୍ଚ ସୁଦର୍ଶନ ଦାସ, ଇତିଶ୍ରୀ ସାମଲ, ବିଦ୍ୟାଧର ଜେନାଙ୍କ ସମେତ ଶହଶହ ଲୋକ ଏହି ରଥ ପରିକ୍ରମାରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।