ଇଞ୍ଚୋଳ ବିକାଶ ମଞ୍ଚ ତରଫରୁ ସବୁଜ ସାଥି

ହାଟଡିହୀ, (ବିକାଶ ବିଶ୍ୱାଳ):ପରିବେଶ ,ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସାମାଜିକ ନ୍ୟାସ *ଇଞ୍ଚୋଳ ବିକାଶ ମଞ୍ଚ* ତରଫରୁ ଶଶି ହେମ ଉ:ପ୍ରା ବିଦ୍ୟାଳୟ ଭୂତପଦା-ଅପସର (ଇଞ୍ଚୋଳ) ଠାରେ ୭୪ ତମ ବନ ମହୋତ୍ସବ ସପ୍ତାହ ଅବସରରେ *ସବୁଜ ସାଥି* କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୂର୍ଯ୍ୟ ମୃତ୍ତିକା ,ବୃକ୍ଷ ଓ ଗୋ ପୂଜନ ସହ “ଜଳବାୟୁ ପରିବର୍ତ୍ତନର ଜରୁରୀକାଳୀନ ପରିସ୍ଥିତି ଓ ସମାଧାନ” ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ଏଥିରେ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ହାଟଡିହୀ ବିନୀତା ବିଜୟିନୀ,ହଦଗଡ ବନ୍ୟପ୍ରାଣୀ ବନ ଖଣ୍ଡର ବନାଞ୍ଚଳ ଉପାଧିକାରୀ ଲକ୍ଷ୍ମଣ ବେହେରା ,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର .ରଶ୍ମୀରଞ୍ଜନ ନାୟକ, ଗୋଷ୍ଠୀ କୃଷି ଅଧିକାରୀଙ୍କ ପ୍ରତିନିଧି ନନ୍ଦ କିଶୋର ଓଝା,ବନପାଳ କେଦାର ପାତ୍ର , ,ଅମରେନ୍ଦ୍ର ନାଥ, ଯୁବ ଯନ୍ତ୍ରୀ ବିଶ୍ଵନାଥ ପ୍ରତାପ ଜେନା , ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ପଣ୍ଡା ପ୍ରମୁଖ ଯୋଗଦାନ କରି ଗଛ ଲଗାଇବା ସହ ଯତ୍ନ ନେଇ ବଢାଇବା ସହ ବନ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଗୁରୁତ୍ବାରୋପ କରିଥିଲେ । ଚନ୍ଦନ ପଣ୍ଡାଙ୍କ ଆବାହକତ୍ବ ରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ବନୀକରଣ ହୋଇଥିଲା ପରେ ଇଞ୍ଚୋଳ କେନାଲ ବନ୍ଧରେ ପଥପ୍ରାନ୍ତ ବନୀକରଣରେ ଲିମ୍ବ , ପେସ୍ତା ,ବଉଳ,ମେହେଗାନି ଭଳି ବିଭିନ୍ନ ରକମର ୧୦୦ ରୁ ଊର୍ଦ୍ଧ୍ବ ଚାରା ଅତିଥିମାନଙ୍କ ସହ ମଞ୍ଚର ସଦସ୍ଯମାନେ ମିଳିତ ହୋଇ ରୋପଣ କରିଥିଲେ ।ସୁଦର୍ଶନ ପଣ୍ଡା ,ଅନିଲ କୁମାର ନାୟକ, ସୁଜାତା ମଞ୍ଜରୀ ନାଥ,ପ୍ରଦୀପ ସା ,ଜ୍ୟୋତିର୍ମୟ ପଣ୍ଡା, ଦାମୋଦର ମହାନ୍ତି ,ଇନ୍ଦ୍ରମଣୀ ଜେନା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ