ଇଞ୍ଚୋଳ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗଙ୍ଗାଧର ପତିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ସକାଳେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ପ୍ରଧାନଶିକ୍ଷକଙ୍କ ନିଜ ଗ୍ରାମ ତରଭାରୁ ଏକ ଶୋଭାଯାତ୍ରାରେ ଆଣି ଇଞ୍ଚୋଳ ଗ୍ରାମ ପରିକ୍ରମା କରାିବାପରେ ସଭାସ୍ଥଳରେ ପହଞ୍ଚିଥିଲେ । ସେଠାରେ ସରପଞ୍ଚ ସଶ୍ମିତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ମୁଖ୍ୟବକ୍ତା ଭାବେ ଶିକ୍ଷକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସମ୍ମାନୀତ ଅତିôତ ଭାବେ ଶିକ୍ଷକ ବିଷ୍ଣୁଚରଣ ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ସା ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ବିଦାୟୀ ପ୍ରଧାନଶିକ୍ଷକ ଗଙ୍ଗାଧର ପତି ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, ସମୟାନୁରାଗୀ ଶିକ୍ଷକ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କୁ ଉପଢ଼ୌକନ ଓ ମାନପିତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅକ୍ଷୟ କୁମାର ସ୍ୱାଇଁ ମଞ୍ଚ ସଂଯୋଜନା କରିଥିବାବେଳେ ସୁବାସ ମହାପାତ୍ର, ଅଭିମନ୍ୟୁ ସେଠୀ, ବିଜୟ ମହାପାତ୍ର, ପର୍ଶୁରାମ ରାଉତ, ପ୍ରମୋଦ ନାୟକ, ଅନନ୍ତ ଗୋପାଳ ପଣ୍ଡା, ସତ୍ୟାନନ୍ଦ ଜେନା, ମୁକ୍ତିକାନ୍ତ ପଣ୍ଡା, ନଗେନ ସା, ମନୋଜ ରାଉତ ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ