ଇଟାଭାଟିରେ କାମକାରୁଥିବା ବାହାର ରାଜ୍ୟର ଶ୍ରମିକ ଅର୍ଥାଭାବରୁ ଚାଲି ପଳାଉଥିବା ସମୟରେ ବୁଝାସୁଝା କରି ଫେରାଇ ଆଣିଲେ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମହାମାରୀ ଅଦୃଶ୍ୟ ଭୂତାଣୁ’କରୋନା’ ପାଇଁ ସମଗ୍ର ମାନବ ସମାଜ ତ୍ରାହି ତ୍ରାହି ହେଉଛି ।କେବଳ ସାମାଜିକ ଦୂରତା,ମାସ୍କ ବ୍ୟବହାର,ଗରମ ଖାଦ୍ୟ,ପାଣି ଏବଂ ଘରୁ ଅଯଥାରେ ବାହାରକୁ ନ ଯିବା ହିଁ ଏକମାତ୍ର ବିକଳ୍ପ ରାସ୍ତା । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ଲକ୍ ଡାଉନ୍ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆପଣେଇଛନ୍ତି ।ଗାଡି ଘୋଡା, କଳକାରଖାନା ସବୁକିଛି ଠପ୍ ।ଦିର୍ଘ ୨୫ ଦିନରୁ ଉର୍ଦ୍ଧ୍ବ ଲୋକେ ସରକାରଙ୍କ ନିର୍ଦ୍ଦେଶ ପାଳନ କରି ଗୃହ ଭିତରେ ଯେତେ କଷ୍ଟ ହେଲେ ବି ଆବଦ୍ଧ ହୋଇରହିଛି । ଏହି ଲକ୍ ଡାଉନ୍ ଦ୍ଵାରା ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶାରେ କାର୍ଯ୍ୟରତ ଥିବା ବାହାର ରାଜ୍ୟର ଶ୍ରମିକ ଅର୍ଥ, ଖାଦ୍ୟ ଓ କାମ ଅଭାବରୁ ନାହିଁ ନଥିବା ଅକଥନୀୟ ନିର୍ଯାତନାରେ ଶିକାର ହେଉଛନ୍ତି । ଲୋକଙ୍କ ପାଖରେ ଅର୍ଥ ସରିଗଲାଣି ।ରେସନ ମଧ୍ୟ ଠିକ୍ ସମୟରେ ପାଉ ନାହାନ୍ତି ।ହାତରେ କାମ ନାହିଁ । ଲକ୍ ଡାଉନ୍ ଥରକୁ ଥର ବଢ଼ି ଚାଲୁଛି । ଲକ୍ ଡାଉନ୍ ମେ ୩ ରେ ଲକ୍ ଡାଉନ୍ ଖୋଲିବ କି ପରେ ପୁଣି ବଢିବ ଏହାକୁ ନେଇ ଅଣସଂଗଠିତ ଶ୍ରମିକମାନେ ଅନିଶ୍ଚିତତା ଭିତରେ ଚିନ୍ତିତ ଅଛନ୍ତି ତେଣୁ ଶ୍ରମିକମାନଙ୍କର ମାନସିକ ସ୍ଥିତି ଅସନ୍ତୁଳିତ ହେବାରେ ଲାଗିଲାଣି ।ଏଭଳି ଏକ ଘଟଣା ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ବ୍ଲକର ହଳଦା ପଞ୍ଚାୟତର ତିଳପୋଷି ଗାଁ ରେ ଘଟିଛି ।ପ୍ରକାଶ ଥାଉକି ତିଳପୋଷି ଗାଁ ପାଖରେ ଥିବା ନଦୀ କୂଳରେ ଜନୈକ ଇଟିଭାଟିରେ ଝାଡ଼ଖଣ୍ଡ ରାଜ୍ୟର ଦେଓଘର ଅଂଚଳର ୩୫ରୁ ଉର୍ଦ୍ଧ୍ବ ଶ୍ରମିକ ଦିର୍ଘ ଦିନ ହେଲା କାମ କରିଆସୁଥିଲେ । ଲକ୍ ଡାଉନ୍ ଯୋଗୁଁ କାମଧନ୍ଦା । ବସି କରି କେତେଦିନ ହାତରୁ ଖାଇବେ! ଇଟାଭାଟି ମାଲିକ ସେମାନଙ୍କୁ ସପ୍ତାହକୁ୫୦୦ ଟଙ୍କା ପରେ ୩୦୦ ୨୦୦ଟଙ୍କା ଦେଇ ଆସୁଥିଲେ ।ପରେ କହିଲେ ମୋ ପାଖରେ ପଇସା ନାହିଁ ।ତୁମେ ତୁମ ବ୍ୟବସ୍ଥା କର । ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଚାଉଳ ଓ ଆଳୁ ଯୋଗାଇ ଦିଆଯାଉଥିଲା ।ସେମାନେ ଇଟାଭାଟିରେ ରହି ନିଜେ ରୋଷାଇ କରି ଖାଉଥିଲେ। ପରେ ଟଙ୍କା ସରି ଯିବାରୁ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ବିକ ଅବସ୍ଥା ନେଇ ସେମାନେ ରବିବାର ଭୋର ସମୟରେ ଗଳା ରାସ୍ତାରେ ଚୁପଚାପ୍ ପିଲାଛୁଆ ଓ ନିଜର ଜିନିଷ ଧରି ରାଇରଙ୍ଗପୁର ଠାରୁ ୭କିମି ଦୂର ରାଇରଙ୍ଗପୁର-ତିରିଂ ଜାତୀୟ ରାଜପଥ ୨୨୦ ନମ୍ବରରେ ଚାଲି ଚାଲି ମନଦୁଖରେ ପଳାଉଥିଲେ ।କୌଣସି ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ତହସିଲଦାର ଯୋଗ ରଂଜନ ନାୟକ, ରାଇରଙ୍ଗପୁର ବ୍ଲକ ସହକାରୀ ଯନ୍ତ୍ରୀ, ରାଇରଙ୍ଗପୁର ଆର ଆଇ, ପୁରୁଣା ପାଣି ସରପଞ୍ଚ,ହଳଦା ପିଇଓ ଅନିଲ ମହାନ୍ତ, ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । କେନ୍ଦ୍ର ସରକାର ମେ ୩ ପର୍ଯ୍ଯନ୍ତ ବାହାର ରାଜ୍ୟର ଶ୍ରମିକ, ବାହାର ଜିଲ୍ଲାର ଶ୍ରମିକ ମାନଙ୍କୁ ଛଡାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ତଦସହ ସେମାନଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇ ସେମାନଙ୍କରଖାଦ୍ୟମାଗଣାରେ ସଂପୁର୍ଣ୍ଣ ଭାବେ ପ୍ରଶାସନ ବୁଝିବ ନିର୍ଦ୍ଦେଶ ଅଛି ।ଏହା ବୁଝାଇବା ପରେ ଶ୍ରମିକ ମାନେ ଆଶ୍ବସ୍ତ ହେଲେ । ସେମାନଙ୍କୁ ପ୍ରଶାସନ ପକ୍ଷରୁ ପରିବହନ ଗାଡ଼ିରେ ଯେଉଁଠାରେ ରହିଥିଲେ ସେଠାରେ ଛାଡି ଦିଆଯାଇଛି । ସେମାନଙ୍କ କଥା ବ୍ଲକ ପ୍ରଶାସନ ତରଫରୁ ବୁଝା ଯାଇଥିଲା ।