ଇଟାଲୀରେ ଲକ୍‌ଡାଉନ୍‌ର ଅବଧି ବୃଦ୍ଧି

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ବିଶ୍ବର ୨୦୦ ଦେଶ ଲଢେଇ କରୁଥିବାବେଳେ ଏହି ମହାମାରୀରେ ୭ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ସେହିପରି ୩୭ ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିଲେ। ଇଟାଲୀରେ ୨୪ ଘଣ୍ଟାରେ ୮୧୨ ଲୋକ ମୃତ୍ୟୁବରଣ କଲେଣି। ଇଟାଲୀରେ ସର୍ବମୋଟ ମୃତ୍ୟ ସଂଖ୍ୟା ଏଗାରର ହଜରରୁ ଉର୍ଦ୍ଧ୍ବ ରହିଛି। ଇଟାଲୀରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଦେଶରେ ୧୨ ଏପ୍ରିଲ୍‌ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌କୁ ବୃଦ୍ଧି କରାଯାଇଛି।
ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଭାରତରେ ୧୩୦୦ ରୁ ଅଧିକ ଲୋକେ ଏହି ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦେଶରେ ଏପ୍ରିଲ୍‌ ୧୪ ଯାଏଁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ