ଇଡି ନିକଟରେ ହାଜର ହେବେ ଏନସିପି ମୁଖ୍ୟ ଶରଦ ପାୱାର
ମୁମ୍ବାଇ: ଆଜି ଇଡି ନିକଟରେ ହାଜର ହେବେ ଏନସିପି ମୁଖ୍ୟ ଶରଦ ପାୱାର । ତେବେ ଏହାକୁ ନେଇ ମୁମ୍ବାଇରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁମ୍ବାଇର ପିୟରରେ ଥିବା ଇଡି କାର୍ଯ୍ୟାଳୟ ସହ ଦକ୍ଷିଣ ମୁମ୍ବାଇରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ନିଷେଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ପୁଲିସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଏନସିପି କର୍ମୀଙ୍କ ବିରୋଧକୁ ଆଶଙ୍କା କରି ଏଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଇଡି କାର୍ଯ୍ୟାଳୟ ବାହାରେ ୧୪୪ ଧାରା ଲଗାଯାଇଥିବାବେଳେ ୭ଟି ଥାନା ଅଂଚଳରେ ମଧ୍ୟ ପୁଲିସ ଛାଉଁଣିରେ ପରିଣତ କରାଯାଇଛି । ମୁମ୍ବାଇର କୋଲାବା, କାଫେ ପରେଡ, ମେରାଇନ ଡ୍ରାଇଭ, ଆଜାଦ ମୈଦାନ, ଡଙ୍ଗରୀ, ଜେଜେ ମାର୍ଗ ଓ ଏମାରଏ ମାର୍ଗ ଅଂଚଳରେ ୧୪୪ ଧାରା ଜରି କରାଯାଇଛି ।
ସେହିପରି ବ୍ୟାଙ୍କ ଘୋଟାଲା ମାମଲାରେ ଶରଦ ପାୱାର ଇଡି ସାମ୍ନାରେ ହାଜର ହେବାକୁ ଥିବାବେଳେ ଇଡି ଅଫିସ ସାମ୍ନାରେ ସମର୍ଥକ ଭିଡ ନ ଜମାଇବାକୁ ସେ ଅପିଲ କରିଛନ୍ତି ।


