ଇଣ୍ଟିଗ୍ରେଟେଡ ବି.ଏଡ କୋର୍ସ ଖୋଲିବାକୁ ସଚେତନ ନାଗରିକ ମଞ୍ଚର ଦାବି

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଓଡ଼ିଶାରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଆନ୍ଧ୍ର, କାଶ୍ମୀର, କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟ ମାନଙ୍କୁ ବି.ଏଡ ପଢିବାକୁ ଯାଉଛନ୍ତି. ଯାହା ଫଳରେ କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟକୁ ଯିବା ସହିତ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ଠକେଇର ଶିକାର ହେଉଛନ୍ତି. ରାଜ୍ୟ ସରକାର ବିଭିନ୍ନ ସରକାରୀ ମହାବିଦ୍ୟାଳୟ ମାନଙ୍କରେ ପି.ପି.ପି. ମୋଡରେ ଏମ.ବି.ଏ, ଏମ.ସି.ଏ ସହିତ ଅନ୍ୟାନ୍ୟ ପାଠ୍ୟକ୍ରମକୁ ଅନୁମତି ଦେଉଛନ୍ତି. ବଡ଼ ବଡ଼ ଶିଳ୍ପପତି ବିଦ୍ୟାଳୟ ,ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ଥାପନ ନିମନ୍ତେ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି. କିନ୍ତୁ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ ବି.ଏଡ ବା ଇଣ୍ଟିଗ୍ରେଟେଡ ବି.ଏଡ ଖୋଲିବାକୁ ଅନୁମତି ଦେଉନାହାନ୍ତି. ସରକାରୀ ସ୍ତରରେ ପର୍ଯ୍ୟାପ୍ତ ପରିମାଣରେ ବି.ଏଡ କୋର୍ସ ଖୋଲିବା ରାଜ୍ୟ ସରକାରଙ୍କ ପାଇଁ ସମ୍ଭବ ନୁହେଁ, କିନ୍ତୁ ବିଶ୍ଵବିଦ୍ୟାଳୟ ଆୟୋଗ ଦ୍ଵାରା ସ୍ଵିକୃତି ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ ଇଣ୍ଟିଗ୍ରେଟେଡ ବି.ଏଡ ଖୋଲିବାରେ କୌଣସି ଅସୁବିଧା ନାହିଁ ବୋଲି ସଚେତନ ନାଗରିକ ମଞ୍ଚ ସଭାପତି ତଥା ପୂର୍ବତନ ବିଧାୟକ କିଶୋର ଦାଶ ମତ ପ୍ରକାଶ କରିଛନ୍ତି. ରାଜ୍ୟ ସରକାର ଇଣ୍ଟିଗ୍ରେଟେଡ ବି.ଏଡ ଏବଂ ବି.ଏଡ ଖୋଲିବାକୁ ଅନୁମତି ଦେବା ସହିତ କୋର୍ସ ଫି ମଧ୍ୟ ନିର୍ଦ୍ଧାରଣ କରିବେ ଏବଂ ଛାତ୍ରଛାତ୍ରୀ ମାନେ ଆଡ଼ମିଶନ ନେଇ ଛାତ୍ରଛାତ୍ରୀ ମାନେ କମ ଟଙ୍କାରେ ଘରେ ରହି ପାଠ ପଢିପାରିବେ. ରାଜ୍ୟ ସରକାରଙ୍କୁ ମଧ୍ୟ ଆର୍ଥିକ ବୋଝ ନେବାକୁ ପଡିବ ନାହିଁ. ଅନ୍ୟପକ୍ଷର ରାଜ୍ୟ ସରକାର ବିଭିନ୍ନ ପ୍ରକାର ଶୁଳ୍କ ପାଇବା ସହିତ ବି.ଏଡ, ଏମ.ଏଡ ପଢ଼ିଥିବା ଛାତ୍ର ଛାତ୍ରୀ ମାନେ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ. ତେଣୁ ରାଜ୍ୟ ସରକାର ବିଶ୍ଵବିଦ୍ୟାଳୟ ଆୟୋଗ ଦ୍ଵାରା ସ୍ଵିକୃତି ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ ଇଣ୍ଟିଗ୍ରେଟେଡ ବି. ଏଡ୍ ଖୋଲିବା ପାଇଁ ଅନୁମତି ଦେବାକୁ ପୂର୍ବତନ ବିଧାୟକ ତଥା ସଚେତନ ନାଗରିକ ମଞ୍ଚର ସଭାପତି କିଶୋର ଦାଶ ଦୃଢ଼ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ