ଇଣ୍ଡିଆନ୍ ଅଏଲ କ୍ରିକେଟ କାର୍-ନିଭାଲ ୨୦୧୯

ଭୁବନେଶ୍ୱର, ପେଟ୍ରୋଲିୟମ ଇନ୍ଧନରେ ଦେଶର ବୃହତ୍ତମ ବିକ୍ରେତା ଇଣ୍ଡିଆନ୍ ଅଏଲ ପକ୍ଷରୁ ଦେଶବ୍ୟାପୀ ବିଶାଳ ବିକ୍ରି ପ୍ରଚାର ଅଭିଯାନ ‘କ୍ରିକେଟ୍ କାର-ନିଭାଲ’ ଶୁଭାରମ୍ଭ କରାଯାଇଛି । ବିଶ୍ୱକପ୍ କ୍ରିକେଟ୍ ମାନିଆ ସହ ତାଳ ଦେଇ ଏହି କ୍ରିକେଟ କାର-ନିଭାଲ ୨୦୧୯ ଆରମ୍ଭ କରାଯାଇଛି । ସମଗ୍ର ଦେଶର ଇଣ୍ଡିଆନ୍ ଅଏଲର ସମ୍ପୂର୍ଣ୍ଣ ନେଟ୍ୱର୍କ ପ୍ରାୟ ୨୭,୦୦୦ ରିଟେଲ ଷ୍ଟେସନ ଏହି ଅଭିଯାନରେ ଭାଗ ନେଇଛନ୍ତି । ଏହି କ୍ରିକେଟ କାର୍-ନିଭାଲ ଜେନେରାଲ ମ୍ୟାନେଜର (ଆଇ/ସି) (ରିଟେଲ ସେଲ୍ସ), ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ, ଶ୍ରୀ କୁମାର ଜ୍ୟୋତି ଚୌଧୁରୀଙ୍କ ଦ୍ୱାରା ମେସର୍ସ ଭାମରା ସର୍ଭିସ ଷ୍ଟେସନ, ନୟାପଲ୍ଲୀ, ଭୁବନେଶ୍ୱରଠାରେ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି । ସମଗ୍ର ଦେଶରେ ଜୁନ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ କାର୍-ନିଭାଲ ପରି ଏକ ବୃହତ୍ତ ଯୋଜନା ୧୫ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ୬ ସପ୍ତାହ ବ୍ୟାପୀ ଚାଲୁ ରହିବ । ପ୍ରତି ୧୫ ଦିନ ଶେଷରେ, ଗ୍ରାହକମାନେ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ । ଅଭିଯାନ ଶେଷରେ ୧୫ ଜୁଲାଇ ୨୦୧୯ରେ , ବମ୍ପର ପୁରସ୍କାର ନିମନ୍ତେ ଲକି ଡ୍ର’ ର ଆୟୋଜନ କରାଯାଇଛି ଏବଂ ଯୋଗ୍ୟ ଗ୍ରାହକଙ୍କୁ କାର୍ ବା ମୋଟର ବାଇକ ଜିତିବାର ସୁଯୋଗ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ