ଇଣ୍ଡିଆନ୍ ଆଇଡରୁ ବିଦା ହେଲେ ଅନୁ
ମୁମ୍ବାଇ: ଦେଶର ଅନ୍ୟତମ ଲୋକପ୍ରିୟ ସଂଗୀତଭିତ୍ତିକ ରିଅଲିଟି ଶୋ’ଇଣ୍ଡିଆନ ଆଇଡଲ’ ଜଜ୍ ପଦରୁ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଓହରି ଯାଇଛନ୍ତି । ଜାତୀୟ ମହିଳା କମିଶନ ସୋନି ଟିଭିକୁ ବିଭିନ୍ନ ନୋଟିସ୍ ପଠାଇବା ପରେ ଅନୁ ଜର୍ଜ ପଦରୁ ଓହରି ଯାଇଛନ୍ତି । ତେବେ ଅନୁଙ୍କ ସ୍ଥାନରେ ଅନ୍ୟ କିଏ ଜର୍ଜ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଇଣ୍ଡିଆନ୍ ଆଇଡଲରେ ଜର୍ଜ ଭାବେ ଅନୁଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର । କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସୋନା ଏକ ଖୋଲା ଚିଠି ମଧ୍ୟ ଲେଖିଥିଲେ । ମନ୍ତ୍ରୀଙ୍କୁ ସୋନାଙ୍କ ଖୋଲା ଚିଠିକୁ ମହିଳା କମିଶନ ନିଜ ପକ୍ଷରୁ ବିଚାରକୁ ନେଇ ସୋନି ଟିଭିକୁ ନୋଟିସ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସୋନାଙ୍କ ମି ଠୁ’ ଅଭିଯୋଗ ପରେ ଅନୁଙ୍କୁ ସୋ ଛାଡ଼ିବାକୁ ପଡ଼ିଥିଲା । ଅନୁଙ୍କୁ ପୁଣିଥରେ ଜର୍ଜ ଆସନରେ ବସାଯାଇଥିବାରୁ ଟ୍ୱିଟର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ଚ୍ୟାନେଲ ସୋନି ପିକଚର୍ସ, ସୋନି ଇଣ୍ଟରଟେନମେଣ୍ଟକୁ ପ୍ରଶ୍ନ କରିବା ସହିତ ଅନୁଙ୍କୁ ହଟାଇବା ପାଇଁ ପରାମର୍ଶ ଦେଇଥିଲେ ସୋନା ।


