ଇଣ୍ଡିଆ ରେଡି ଆକ୍ସନର ଅଭିନବ ଅଭିଯାନ ଆରମ୍ଭ
ଭାରତୀୟ ଯୁବପୀଢ଼ି ସାମ୍ସଙ୍ଗ ସହିତ ପାରମ୍ପରିକତାକୁ ଭଙ୍ଗ କରିଛି, ୰ଇଣ୍ଡିଆ ରେଡି ଆକ୍ସନ ଏକ ଅଭିନବ ଅଭିଯାନର ଆରମ୍ଭ କରିଛି । ୪ ସପ୍ତାହ ମଧ୍ୟରେ ଇନ୍ଷ୍ଟାଗ୍ରାମ୍ ଓ ଫେସ୍ବୁକ୍ରେ ୧୬୧.୮ ମିଲିୟନ ଏନ୍ଗେଜ୍ମେଂଟ ସହିତ ଏକ ନୂତନ ରେକର୍ଡ଼ ସ୍ଥାପନ କରିଛି; ୫୯% ଅଂଶଗ୍ରହଣକାରୀ ଅଣ-ମେଟ୍ରୋ ସହରର ଅଟନ୍ତି ।
ଭାରତର ନାଇଟ୍ଲାଇଫ୍ ଅନ୍ୟାନ୍ୟ କେତେକ ଉତ୍ସବ ପରି ବହୁତ ମଜାଦାର ଯାହାକୁ ଆନନ୍ଦର ସହିତ ପାଳନ କରାଯାଇଥାଏ, ଆଣ୍ଡାମାନ୍ର ବାରାଟାଙ୍ଗ ଦୀପ ହେଉଛି ସୁନ୍ଦର ଯାତ୍ରା ସ୍ଥାନ, କ୍ରିକେଟ୍ ବ୍ୟତୀତ ମଧ୍ୟ ଆହୁରି ଅନେକ କ୍ରିକେଟ୍ ରହିଚି, ସ୍ଥାନୀୟ ରକ୍ ମ୍ୟୁଜିକ୍ ସହିତ ଥିଏଟର ସଂସ୍କୃତି ଆମୋଦପ୍ରମୋଦରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ସାରା ଭାରତର ଜେନ୍ ଜେଡ୍ ଓ ମିଲେନିଆଲ୍ ପାରମ୍ପରିକତାରୁ ଉପରକୁ ଯାଇ ସାମ୍ସଙ୍ଗ ‘ଇଣ୍ଡିଆ ରେଡି ଆକ୍ସନ’ ଅଭିଯାନର ଆରମ୍ଭ କରିଛି, ଯେଉଁଥିରେ ଭିଡିଓ ମାଧ୍ୟମରେ ସେମାନେ ଚିନ୍ତାଧାରାକୁ ବ୍ୟକ୍ତ କରୁଛନ୍ତି । ଚାରି ସପ୍ତାହ ବ୍ୟାପୀ ସଫଳ ଅଭିଯାନରେ ଇନ୍ଷ୍ଟାଗ୍ରାମ୍ ଓ ଫେସ୍ବୁକରେ ୧୬୧.୮ ମିଲିୟନ୍ ଏନ୍ଗେଜ୍ମେଂଟ ଦେଖାଯାଇଥିଲା । ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ପଠାଯାଇଥିବା ଭିଡିଓରୁ ଏକ ଭିନ୍ନ ଭାରତକୁ ଦେଖିବାକୁ ମିଳିଥିଲା – ବାସ୍ତବ ଇଣ୍ଡିଆ ହେଉଛି ଏହାର ଯୁବପୀଢ଼ି ଦୁନିଆକୁ ଦେଖାଇବାକୁ ଚାହୁଁଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ୰ଇଣ୍ଡିଆରେଡି ଆକ୍ସନ ଟି ଇନ୍ଷ୍ଟାଗ୍ରାମ୍ ଓ ଫେସ୍ବୁକ୍ରେ ବହୁତ ଲୋକପ୍ରିୟ ହୋଇପାରିଛି ।
ମଜାର କଥା ହେଉଛି ଏହାର ମିଲେନିଆଲ୍ମାନେ ସାରା ଭାରତର ଅଣ-ମେଟ୍ରୋ ସହରର ଯେଉଁମାନେ ଏହି ଭିଡିଓ ପଠାଇଥିଲେ । ଏହି ଭିଡିଓ ବିଭିନ୍ନ ସ୍ଥାନରୁ ଆସିଥିଲା ଯଥା ଗାଂଗଟକ୍, ସାଙ୍ଗଲି, ପୌରି, ଜୋର୍ହାଟ୍, ନୟାଗଡ଼, କେଦାରନାଥ, ମୋର୍ବି, ଭାରୁଚ ଓ ଗାଣ୍ଡେରବାଲ୍ ଓ ଏହିପରି ଆହୁରି ଅନେକ ସ୍ଥାନ ମଧ୍ୟ ରହିଛି ।
ଭାରତର ସବୁଠାରୁ ବିଶ୍ୱାସନୀୟ ଓ ଗ୍ରାହକ ଇଲେକ୍ଟ୍ରୋନିକ୍ ବ୍ରାଣ୍ଡ ସାମସଙ୍ଗ ଦ୍ୱାରା କରାଯାଇଥିବା ଏକ ସଦ୍ୟତମ ସର୍ଭେରୁ ଜଣା ଯାଇଥିଲା ଯେ ଭାରତ ସମ୍ବନ୍ଧରେ ବିଦେଶୀମାନଙ୍କର ଅନେକ ପାରମ୍ପରିକ ଧାରଣା ରହିଆସିଛି । ସେମାନଙ୍କ ମତରେ ତାଜ ମହଲ ଓ ରିଭର ଗଙ୍ଗା ହେଉଛି ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଖାଦ୍ୟ ଅର୍ଥ ହେଉଛି ତରକାରୀ ଓ ମସଲାଜାତୀୟ ଖାଦ୍ୟ, ଆମୋଦପ୍ରମୋଦର ଅର୍ଥ ହେଉଛି ବଲିଉଡ୍ ଓ କ୍ରିକେଟ୍ । ବାସ୍ତବିକ ଭାରତରେ କିନ୍ତୁ ଏହାଠାରୁ ଆହୁରି ଅଧିକ କିଛି ରହିଛି ଯାହା ବିଷୟରେ ସେମାନେ ଅବଗତ ନାହାନ୍ତି । ଭାରତୀୟ ଯୁବପୀଢ଼ି ଓ ଜେନ୍ ଜେଡ୍ଙ୍କୁ ଭିଡିଓ ଜରିଆରେ ସେମାନଙ୍କୁ ବର୍ଣ୍ଣନା କରିବା ପାଇଁ ୰ଇଣ୍ଡିଆରେଡି ଆକ୍ସନ ଅଭିଯାନ ଜରିଆରେ ଅନୁରୋଧ କରାଯାଇଥିଲା ଯଦ୍ୱାରା ଦେଶ ସମ୍ବନ୍ଧରେ ରହିଥିବା ପାରମ୍ପରିକ ଧାରଣାକୁ ଦୂର କରାଯାଇପାରିବ । ଆଜିର ଜେନ୍ ଜେଡ୍ ଓ ମିଲେନିଆଲ୍ କେବଳ କଂଟେଟ୍ ଗ୍ରାହକ ନୁହନ୍ତି, ସେମାନେ ମଧ୍ୟ କଂଟେଟ୍ ସୃଷ୍ଟି କରୁଛନ୍ତି । ସେମାନେ ମଧ୍ୟ ସାମାଜିକ ଭାବରେ ସଚେତନ । “ସାମ୍ସଙ୍ଗରେ ଭାରତର ଯୁବପୀଢ଼ିମାନେ କଣ ଚାହୁଁଛନ୍ତି ତାହାକୁ ବୁଝିଛୁ । ୰ଇଣ୍ଡିଆ ରେଡି ଆକ୍ସନ ଭାରତର ଯୁବପୀଢ଼କୁ ଏକ ପ୍ଲାଟ୍ଫର୍ମ ପ୍ରଦାନ କରିଥିଲା ଯେଉଁଥିରେ ସେମାନେ ଭିଡିଓ କ୍ରିଏଟ୍ କରିଥିଲେ ଓ ସେମାନେ ବାସ୍ତବିକ ଭାରତକୁ ଉପସ୍ଥାପିତ କରିବାରେ ସମର୍ଥ ହୋଇପାରିଥିଲେ । ଏହି ଅଭିଯାନରେ ସାରା ଦେଶରୁ ବହୁ ଯୁବକ ଅଂଶଗ୍ରହଣ କରିଥିଲେ ଓ ସ୍ୱତନ୍ତ୍ର ଭିଡିଓ କଂଟେଟ୍ ପଠାଇଥିଲେ ଯାହାକି ଭାରତ ସମ୍ବନ୍ଧିତ ପାରମ୍ପରିକ ଧାରଣାକୁ ଦୂର କରିବାରେ ସମର୍ଥ ହୋଇପାରିଥିଲା” ବୋଲି କହିଛନ୍ତି ରଞ୍ଜିଭଜିତ୍୍ ସିଂ, ଚିଫ୍ ମାର୍କେଟିଂ ଅଫିସର, ସାମ୍ସଙ୍ଗ ଇଣ୍ଡିଆ ।


