ଇତିହାସ ଓ ବିଜ୍ଞାନ ପଢ଼ାଉଛି ରୋବୋ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ବେସରକାରୀ ସ୍କୁଲରେ ଆର୍ଟିଫିସିଆଲ ଟେକ୍ନୋଲୋଜି ଆଧାରରେ ପିଲାଙ୍କୁ ପଢାଉଛି ରୋବୋ । ଏହା ମଣିଷ ଭଳି ପୂରା ଦେଖିବାକୁ । ଏହି ରୋବୋଟ୍ର ପଢ଼ାଇବା ସମୟରେ ହାବଭାବ ପୂରା ମଣିଷ ଭଳି ରହୁଛି । ୭ମରୁ ୯ମ ଶ୍ରେଣୀ ଯାଏ ଏହା ପଢ଼ାଇପାରିବ ବୋଲି କହନ୍ତି ଏହାର ମୁଖ୍ୟ ଡିଜାଇନର ଅଧିକାରୀ ବିଗ୍ନେଶ ରାଓ । ଏହା ସ୍କୁଲର ୩୦୦ ପିଲାଙ୍କୁ ପାଞ୍ଚଟି ଭିନ୍ନ ଭିନ୍ନ ବିଷୟରେ ଶିକ୍ଷାଦାନ କରିପାରୁଛି । ପିଲାମାନଙ୍କୁ ଇତିହାସ, ଜୀବବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥବିଜ୍ଞାନ ଓ ଭୂଗୋଳ ପଢାଇପାରୁଛି । ରାଓ ଓ ତାଙ୍କ ଟିମ୍ର ୧୭ ଜଣ ସଦସ୍ୟ ଏଭଳି ତିନୋଟି ରୋବୋ ବିକାଶ କରିଛନ୍ତି । ସେଗୁଡିକୁ ଶିକ୍ଷୟିତ୍ରୀ ଭାବେ ସଜାଯାଇଛି । ରାଓଙ୍କ ଟିମ୍ରେ ଶିକ୍ଷକ, ପ୍ରୋଗ୍ରାମର, କଣ୍ଟେଟ ଡେଭେଲପର୍ ଓ ଗ୍ରାଫିକ୍ସ ଡିଜାଇନର ରହିଛନ୍ତି । ଗୋଟିଏ ରୋବୋର ଦାମ୍ ୮ ଲକ୍ଷ ଟଙ୍କା । ଏହାକୁ ଏମିତି ବିକାଶ କରାଯାଇଛି ଯେ, ତାହା ପିଲାଙ୍କ ସହ କଥା ହୋଇ ସେମାନଙ୍କ ପ୍ରଶ୍ନର ଠିକ୍ ଉତ୍ତର ଦେଇପାରୁଛି । ଏଥିରେ ଥ୍ରିଡି ପ୍ରିଣ୍ଟେଡ ମ୍ୟାଟେରିଆଲ ଓ ସ୍ମାର୍ଟମୋଟର ବ୍ୟବହାର କରାଯାଇଛି । ଏହା ନିର୍ମାଣ କରିବା ପାଇଁ ସଫ୍ଟୱେର, ହାର୍ଡୱେର ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପକରଣ ବ୍ୟବହାର କରାଯାଇଛି । ଏହାର ଓଜନ ୪୫ କିଲୋଗ୍ରାମ୍ । ଏହାକୁ ନିର୍ମାଣ କରିବାକୁ ଲାଗିଛି ଦୁଇ ବର୍ଷ । ସ୍କୁଲରେ ଏହି ରୋବୋ ରହିଲେ କାହା ଚାକିରି ଯିବନାହିଁ, ବରଂ ଶିକ୍ଷକମାନେ ପଢ଼ାଇବା ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି ବିଗ୍ନେଶ ରାଓ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ