ଇଦ୍ର ଶୁଭେଚ୍ଛା ଜଣାଇଲେ ମୋଦୀ
ନୂଆଦିଲ୍ଲୀ : ଆଜି ସମଗ୍ର ଦେଶରେ ମୁସଲମାନ ସଂପ୍ରଦାୟରେ ପବିତ୍ର ଇଦ୍ ପର୍ବ ପାଳନ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରି ଇଦ ପର୍ବ ପାଳନ କରିବାକୁ ମୋଦୀ ଦେଶବାସୀଙ୍କୁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ ଜରିଆରେ ଶୁଭେଚ୍ଛା ଜଣାଇବାର ସହ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ।
ସରିଲା ଏକମାସର ରୋଜା । ଆଜି ମୁସଲମାନ ସଂପ୍ରଦାୟ ପାଳନ କରୁଛନ୍ତି ଇଦ୍ । ଏଥିପାଇଁ ଘରେ ଘରେ ପ୍ରସ୍ତୁତି ହୋଇଛି । କରୋନା ଯୋଗୁଁ ମସଜିଦରେ ସମୂହ ନମାଜ ପାଠ ଉପରେ କଟକଣା ଜାରି କରାଯାଇଛି । ଘରେ ଘରେ ହିଁ ମୁସଲମାନ ଇଦ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ଚାନ୍ଦ ଦେଖାଯିବା ପରେ ଆଜି ଇଦ୍ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା ।
ଆଜି ପବିତ୍ର ଇଦ୍ । ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏକ ବଡ ପର୍ବ । ଆଜିର ଇଦ୍ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ । ଦିନ ବେଳା ଉପବାସ ରହି ସଂଧ୍ୟାରେ ରୋଜା ପାଳନ କରିଆସୁଥିଲେ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ । ଏହି ସମୟରେ ଦାନଧର୍ମ କରିବାକୁ ସମସ୍ତେ ନିଷ୍ପତି ନେଇଥାନ୍ତି ।