ମୋହୁଡା ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡିଆଙ୍କୁ ବିଦାୟ ସମ୍ବର୍ଦ୍ଧନା

କୁକୁଡ଼ାଖଣ୍ଡି (ୱାଇଏନ୍‌ଏସ୍‌): ମୋହୁଡା ଗ୍ରାମ ଭୈରବୀ ଉଚ୍ଚ ବିଦ୍ୟାଳୟ ର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପୋଲସରା ବ୍ଲକ ର ବିଭିନ୍ନ ଗ୍ରାମ ର 43 ଜଣ ସୁରତ, ଅହମଦାବାଦରୁ ଫେରିଥିବା ପ୍ରବାସୀ ଓଡ଼ିଆ ଗତ ତା 16 ତାରିଖରୁ ଅବସ୍ଥାନ କରୁଥିଲେ l ଆଜି ସରକାରୀ ନିୟମ ମୁତାବକ ସେମାନଙ୍କୁ ସରପଞ୍ଚ ସଞ୍ଜୟ ସାହୁ, ସମିତି ସଭ୍ୟା ସନ୍ତୋଷିନୀ ପ୍ରଧାନ, ନାଏବ ସରପଞ୍ଚ ବାସନ୍ତୀ ବସ୍ତିଆ, ୱାର୍ଡ ସଭ୍ୟ ନିରଞ୍ଜନ ମାଝୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତି ରେ ସେମାନଙ୍କୁ କୋଭିଡ ସ୍ୱାସ୍ଥ୍ୟକର୍ମୀ ସାର୍ଟିଫିକେଟ ପ୍ରଦାନ କରିବା ସହ ଫୁଲଗୁଛ ଓ ମିଠା ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆଗଲା l ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରତିଦିନ ପ୍ରାତଃ ରେ ଯୋଗ ଶିକ୍ଷା ସହ ସନ୍ଧ୍ୟା ରେ ସରପଞ୍ଚ ଙ୍କ ଦ୍ୱାରା ସତସଙ୍ଗ ଓ ଭାଗବତ ଚର୍ଚ୍ଚା ହେଉଥିଲା l ସ୍ୱାସ୍ଥ୍ୟକର୍ମୀ ଶ୍ରୀ ରବୀନ୍ଦ୍ର ନାଥ ପ୍ରଧାନ, ଏ. ନ. ଏମ କିରଣ କୁମାରୀ ପଟ୍ଟନାୟକ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମ କରୁଥିଲେ l ଯୋଗାଣ ସହାୟକ ରାମକୃଷ୍ଣ ବସ୍ତିଆ, ଜି. ଆର. ଏସ ଅରୁଣ କୁମାର ଭୂୟାଁ, ପୂର୍ଣ୍ଣ ମଣ୍ଡଳ, ଅରୁଣ ବେହେରା, ସୁଜାତା ସାହୁ, ମୌସୁମୀ ଦାସ ଆଦି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିଚାଳନ କରୁଥିବା ବେଳେ ଅଙ୍ଗନବାଡି କର୍ମୀ ଇତିଶ୍ରୀ ମାଝୀ, ଆଶା କର୍ମୀ ପ୍ରମୋଦିନୀ ମାଝୀ, ଗାଁ ସାଥି ସୁଜ୍ଞାନୀ ଖଟୁଆ, ସହାୟିକା ସୁକାନ୍ତି ଦଳାଇ ପ୍ରଭୃତି ସହଯୋଗ କରିଥିଲେ l ଗ୍ରାମ ର ସ୍ବେଛାସେବକ ଅମୁଲ୍ୟ ନାହାକ, ବୁଲା ମଣ୍ଡଳ, ଉମାକାନ୍ତ ସାହୁ, ଭରତ ବସ୍ତିଆ, ଅପୂର୍ବ ବସ୍ତିଆ, ରାମଚନ୍ଦ୍ର ବସ୍ତିଆ, ରାମକୃଷ୍ଣ ଖଟୁଆ, ଅଙ୍ଗଦ ମଣ୍ଡଳ, ବିଜୁଯୁବବାହିନୀ ସଭାପତି ଶିବରାମ ମଣ୍ଡଳ ଓ ସଦସ୍ୟ ସୁଦାମ ବସ୍ତିଆ ପ୍ରମୁଖ କେନ୍ଦ୍ର ପରିଚାଳନା ରେ ସହଯୋଗ କରିଥିଲେ l ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନେ ଗଲା ବେଳେ ପଞ୍ଚାୟତ ତରଫରୁ ପ୍ରଦାନ ଖାଦ୍ୟ, ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ସୁବିଧା ସୁଯୋଗ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ କାମାକ୍ଷା ପ୍ରସାଦ ପାତ୍ର ଓ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ର ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ