ଇନର ହ୍ୱିଲ କ୍ଲବ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଇନର ହ୍ୱିଲ କ୍ଲବ ଥମ୍ପ ପକ୍ଷରୁ ଏମକେ,ସିଜି ମେଡିକାଲ ସହଯୋଗରେ ଧର୍ମପୁର ଓ ଗୋପାଳପୁରଠାରେ ଏକ ପ୍ରାଥମିକ ଚକ୍ଷୁ ଚିକିତ୍ସା ଶିବିର ଡା. ରାଜେନ୍ଦ୍ର ପ୍ରସାଦ ବେହେରାଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଚିକିତ୍ସା ଶିବିରରେ ୭୧ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥବା ବେଳେ ସେଥିମଧ୍ୟରୁ ୮ଜଣଙ୍କୁ ଆସନ୍ତାକାଲି ଅସ୍ତ୍ରୋପ୍ରଚାର ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲର ଚକ୍ଷୁ ସ୍ଥାନାନ୍ତର କରାଯାଇଅଛି । ଉକ୍ତ ଶିବିରରେ ରୋଟାରୀଆନ ଅସୀତ ଦତ୍ତ ଓ ପ୍ରଦୀପ୍ତ ପଟ୍ଟନାୟକ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥବାବେଳେ ଇନର ହ୍ୱିଲ କ୍ଲବର ସଭାପତି ସଭାପତି ସବିତା ପଟ୍ଟନାୟକଙ୍କ ସମେତ କ୍ଲବର ସଦସ୍ୟ ମାନେ ମିଳିତ ଭାବେ ଶିବିରର ପରିଚାଳନା କରିଥିଲେ ।


