ଇନ୍କ୍ରିମେଣ୍ଟ ପାଇବାରୁ କର୍ମଚାରୀ ବଞ୍ଚିତ
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିନରେ କାର୍ଯ୍ୟରତ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଦୀର୍ଘ ତିନି ବର୍ଷ ହେଲା ଇନ୍କ୍ରିମେଣ୍ଟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେଭେନ୍ଥ ପେ ଫିକ୍ସେସନ ସରିଛି ଏବଂ ଏହାଦ୍ୱାରା ପ୍ରଧାନ ଶିକ୍ଷକ ଏବଂ କିଛି ସହକାରୀ ଶିକ୍ଷକ ସେହି ହାରରେ ବାର୍ଷିକ ବର୍ଦ୍ଧିତ ଦରମା ପାଉଥିବା ବେଳେ କିରାଣି ଏବଂ ପିଅନ ସେଥିରୁ ଆଜିସୁଧା ବଞ୍ଚିତ ହେଇଥିବା ଜଣାପଡ଼ିଛି । ଏସିପି ଓ ଆର ଏସପି ଦେବା ଆଳରେ କୁଆଡ଼େ ଏହି ଇନକ୍ରିମେଣ୍ଟ ବନ୍ଦ କରାଯାଇଥିବା ଜଣାପଡ଼ିଥିଲା । କିନ୍ତୁ ୩ବର୍ଷ ହେଲା କର୍ମଚାରୀମାନେ ଏସିପି ଓ ଆରଏସ୍ପି ପାଇସାରିଥିଲେ ମଧ୍ୟ ସେମାନଙ୍କୁ ବାର୍ଷିକ ବର୍ଦ୍ଧିତ ଦରମା ନ ଦେବା ପଛରେ କଣ ରହସ୍ୟ ରହିଛି ତାହା କର୍ମଚାରୀମାନେ ଜାଣି ପାରୁନାହାନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ସେମାନଙ୍କର ତିନି ବର୍ଷର ବାର୍ଷିକ ବର୍ଦ୍ଧିତ ଦରମା ଦେବାପାଇଁ କର୍ମଚାରୀମାନେ ଦାବି କରିଛନ୍ତି ।