ଇନ୍ଦିରାଗାନ୍ଧି ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ନବାଗତ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଇନ୍ଦିରାଗାନ୍ଧି ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ଚଳିତ ବର୍ଷ ନୂଆ କରି ଯୋଗଦେଇଥିବା ଶିକ୍ଷାର୍ଥୀଙ୍କ ଉଦେଶ୍ୟରେ ରବିବାର ପୂର୍ବାହ୍ନରେ ପ୍ରବେଶ ଓ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପାଠ୍ୟକ୍ରମରେ ଥିବା
ଡିଗ୍ରୀ,ଡିପ୍ଲୋମା,ଏମ.ଏ.,ଏମ.ଏସସି. ଓ ଏମ.କମ. ସହିତ ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପାଇଁ ଖାଦ୍ୟ,ପୋଷକ ତତ୍ୱ ଓ ସ୍ୱାସ୍ଥ୍ୟ ପରାମର୍ଶ ଉପରେ ସାର୍ଟିଫିକେଟ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଏହି ଉତ୍ସବରେ ନୂତନ ଇଗ୍ନୋ ଛାତ୍ରଛାତ୍ରୀ, ଅଙ୍ଗନୱାଡି ଓ ଆଶାକର୍ମୀଙ୍କୁ ନେଇ ୫ଶହରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ସାମିଲ ହୋଇଥିଲେ । କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପାଠ୍ୟକ୍ରମ କିଭଳି ଯୁଗପୋଯୋଗୀ ହେବ ସେ ସମ୍ପର୍କରେ ଅବତାରଣା କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ବାଣିଜ୍ୟ ବିଭାଗ ମୁଖ୍ୟ ଓ ଇଗ୍ନୋର ପୂର୍ବତନ ସଂଯୋଜକ ଡଃ.ଗିରିଶ ଚନ୍ଦ୍ର ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ । ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ସଂଯୋଜକ ତପନ କୁମାର ପତି ଏହି ପାଠ୍ୟକ୍ରମ ସର୍ବ ଭାରତୀୟ ସ୍ତରର ଓ ଉଚ୍ଚଶିକ୍ଷାକୁ ସମସ୍ତଙ୍କ ପାଖରେ ସହଜ ଉପଲବ୍ଧ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ମତବ୍ୟକ୍ତ କରିଥିଲେ । ଇଗ୍ନୋର ସଂଯୋଜକ ଡଃ.ଶ୍ରୀଧର କୁମାର ସାମଲ ଅତିଥି ପରିଚୟ ବୀବରଣି ପାଠ କରିବା ସହିତ ପାଠ୍ୟକ୍ରମ,ଶ୍ରେଣୀ ଓ ପରୀକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଆଶାକର୍ମୀମାନଙ୍କ ପକ୍ଷରୁ ପ୍ରତିକ୍ରିୟା ରଖିଥିଲେ ଗରଦପୁରର କବୀତା ବେହେରା ଓ ବଉଳକଣୀ ଅଚଂଳର ଲକ୍ଷ୍ମୀ ସେଠୀ । ଛାତ୍ରଛାତ୍ରୀଙ୍କ ପକ୍ଷରୁ କବିତା ସେଠୀ ଓ ସୁଭାଶିଣୀ ସେଠୀ ସେମାନଙ୍କ ମନୋଭାବ ବ୍ୟକ୍ତ କରିଥିଲେ । ବିଷୟ ପରାମର୍ଶଦାତା ଆଲୋକ କୁମାର ରାୟ, ଡଃ.କିଶୋର କୁମାର ଜେନାଙ୍କ ସମେତ ଡଃ.ମଥୁରୀ ଚରଣ ଜେନା,ପ୍ରଫେସର ପ୍ରକାଶ କୁମାର ଦାସ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅଧ୍ୟାପକ ରଞ୍ଜିିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ପ୍ରମୋଦ କୁମାର ବେହେରା,ଅଶୋକ କୁମାର ଦାସ ଉତ୍ସବ ପରିଚାଳନାରେ ସହାୟତା କରିଥିବା ବେଳେ କଲେଜର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଗିରିଧାରୀ ବେହେରା, ମହେଶ୍ୱର ବାରିକ, ବ୍ରଜ ସେଠୀ, ନୟନ ସାହୁ ଙ୍କ ସମେତ ଇଗ୍ନୋର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


