ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପ ଉତ୍ସବ
ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ଅଧୀନରେ ଥିବା ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋମବାର ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାନସଭା ର ଉପବାଚସ୍ପତି ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି | ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଯୋଜନାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜିର ଯୁବ ପିଢ଼ି ଆସନ୍ତା ଦିନରେ ସେମାନେ ଭବିଷ୍ୟତ ସେମାନଙ୍କ ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ରହିଛି | ସେମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ କରୁଥିବା ମୁଖ୍ୟ ଅତିଥି କହିଛନ୍ତି | ଛାତ୍ରୀଛାତ୍ର ମାନଙ୍କ ଲୁକ୍କାୟିତ୍ୱ ପ୍ରତିଭା ଲୋକଲୋଚନକୁ ଆସିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସରକାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟକ୍ରମ କରାଯାଉଥିବା କହିଥିଲେ | ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଉପବାଚସ୍ପତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ସେହିପରି ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ବବିତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ | ସେହିପରି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପିକା ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ନୋଡାଲ ଅଫିସର ସୁଧାରାଣୀ ପାତ୍ର ମଞ୍ଚ ପରିଚାଳନାରେ ଅନ୍ୟ ଅତିଥିଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ମହା ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଶିଶିର ପଟ୍ଟନାୟକ, ସଂମାନିତ ଅତିଥି ଭାବେ ବିଡ଼ିଓ ମନୋଜ କୁମାର ଦେବତା ,ତହସିଲଦାର ରଞ୍ଜନ କୁମାର ସାହୁ,ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥି,ଉପାଧ୍ୟାକ୍ଷ ସନ୍ତୋଷ କୁମାର ବାଘ,ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଉପାଧ୍ୟାକ୍ଷ ଏନ. ଲୁକ, ଅଧ୍ୟାପିକା ଡ. ବବିତାରାଣୀ ପଟ୍ଟନାୟକ,ତତ୍କାଳ ସେନା ଅଧିକାରୀ ଭୀମସେନ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ | କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଦଳଗତ ନୃତ୍ୟ, ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମକୁ ନେଇ ଛାତ୍ରୀ ମାନେ ବହୁତ ଖୁସି ଅନୁଭବ କରିବା ସହ ନିଜ ଦକ୍ଷତା ବୃଦ୍ଧି ପାଇଥିବା କହିଛନ୍ତି।


