ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ଗ୍ରାମ୍ୟ ରାସ୍ତା ସଫେଇ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣାସ୍ଥିତ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ଗ୍ରାମ୍ୟ ରାସ୍ତା ପାଶ୍ୱର୍ରେ ଉଠିଥିବା ଅନାବନା ଘାସ ଲତାକୁ ସଫେଇ କରାଯାଇଛି । ଏହା ସହିତ ସୁବର୍ଣ୍ଣେଶ୍ୱର ମହାଦେବ ମନ୍ଦିର ପରିସର ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ପାଶ୍ୱର୍କୁ ମଧ୍ୟ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର କୋଷାଧ୍ୟକ୍ଷ ଦେବଦତ ତ୍ରିପାଠୀ, ସହସଂପାଦକ ଶ୍ରୀକାନ୍ତ ସ୍ୱାଇଁ, ସାମାଜିକ ଗଣମାଧ୍ୟମ ସଂଯୋଜକ ପ୍ରିୟଦର୍ଶନ ରଥ, ଶିବାନନ୍ଦ ନାୟକ, ବିଶ୍ୱଜିତ ମଲ୍ଲିକ, ଶ୍ରୀତମ ବେହୁରା, ଅନନ୍ତ ବେହୁରା, ଲିପୁନା ବେହୁରା, ଉଦୟଭାନୁ ନାୟକ, ସତ୍ୟମ ବେହୁରାଙ୍କ ସହିତ ସଂଘର ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ ।