ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ନବୀକରଣ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ନିମନ୍ତେ ରବିବାର କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ କର କମଳରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଗୃହ ନିର୍ମାଣ ନିମନ୍ତେ ୧କୋଟି ୪୧ ଲକ୍ଷ ୯୪ ହଜାର ଟଙ୍କାର ବ୍ୟୟବରାଦ ହୋଇଛି । ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସକୁମାର ପରିଡା , କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ ,ଜିଲ୍ଲା ମୂଖ୍ୟ ଚିକିତ୍ସା ମୁଖ୍ୟ ଅଧିକାରୀ ଡା. ଉର୍ମିଳା ମିଶ୍ର , ଇନ୍ଦୁପୁର ମେଡିକାଲ ଅଫିସର ଶ୍ରୀକାନ୍ତ କୁମାର ସ୍ୱାଇଁ ,ଇନ୍ଦୁପୁର ସରପଂଚ ରିନା ମଳିକ , ସମିତି ସଭ୍ୟ ସନ୍ତୋଷ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଇନ୍ଦୁପୁର ବଜାର ଠାରୁ ଶହ ଶହ ବିଜେଡି କର୍ମୀମାନଙ୍କ ଗହଣରେ ବିଧାୟକ ଶ୍ରୀ ତରାଇ ମେଡିକାଲ ପରିସରର ଶିଳାନ୍ୟାସ ସ୍ଥଳକୁ ଯାଇ ଶିଳାନ୍ୟାସ କରିବା ପରେ ରୋଗୀକଲ୍ୟାଣ ସମିତି ବୈଠକରେ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ପୂର୍ବ ବର୍ଷର ଆୟବ୍ୟୟ ଉପସ୍ଥାପନ ହେବା ସହ ଚଳିତ ବର୍ଷ ପାଇଁ ମଧ୍ୟ ଖର୍ଚ୍ଚ ଦାବି ସମ୍ପର୍କରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ ହୋଇଥିଲା । ବ୍ଳକ ବିଜେଡି ସଭାପତି ଆଲୋକ ସାହୁ ଧନ୍ୟବାଦ ଅର୍ପଣ କରଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରଦିପ୍ତ ମହାନ୍ତି, ସରପଂଚ ପୂନେନ୍ଦୁ ପ୍ରେମାନନ୍ଦ ଘଡାଇ, ନରହରି ମଳିକ,ନରୋତମ ମଳିକ, ଉଦୟନାଥ ମଳିକ, ଅଙ୍କୁର ମଳିକ, ଶରତ ସାମଲ , ହରିପଦ ବେହେରା, ବାସୁଦେବ ଜେନା, ସରୋଜ କାନ୍ତ ପଣ୍ଡା, ପ୍ରଫୁଲ୍ଳ ଜେନା, ଶିବ ପ୍ରସାଦ ଭଳ, ଦୁଷ୍ମ୍ମନ୍ତ ମଳିକ, ମିନତୀ ପରିଡା, ବାସୁଦେବ ମଲ୍ଲିକ, ସୁବାସ ପରିଡା, ଅଶୋକ ଜେନା, ନିରଞ୍ଜନ ବଳ, ରମେଶ ପରିଡା, ସେକ ନୁର, ଜିତେନ୍ଦ୍ର ରାଉତ ପ୍ରମୂଖ ଉପସ୍ଥିତ ଥିଲେ ।