ଇନ୍ଦୁପୁର ଗ୍ରାମପଞ୍ଚାୟତରେ ସ୍ୱେଛାକୃତ ରକ୍ତଦାନ ଶିବିର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୂତାର ସେହି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢିତୋଳିବାର ଉଦେଶ୍ୟ ନେଇ ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଏହି ଶିବିରକୁ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । କେନ୍ଦ୍ରାପଡା ଡାକ୍ତରଖାନାର ରକ୍ତଭଣ୍ଡାର ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୬୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ୫ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ୬ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ଇନ୍ଦୁପୁର ସମିତି ସଭ୍ୟା ସୁନନ୍ଦା ମଳିକନାଏବ ସରପଞ୍ଚ ପ୍ରମିଳା ସାହୁ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦିପ୍ତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି ରକ୍ତଦାନ ଶିବିର ପରିଚାଳନାରେ ଗୈାରାଙ୍ଗ ସାହୁ, ସନ୍ତୋଷ ବେହେରା, ସୁନାକର ସୁତାର, ସାଗର ଜେନା, କାଳନ୍ଦି ମଳିକ, ବିଶ୍ୱଜିତ ବିଶ୍ୱରଞ୍ଜନ, ପ୍ରଭାତ ସାହୁ, ପିତାମ୍ବର ମଳିକ, ଚିତ୍ତରଞ୍ଜନ ସାହୁ, ରଞ୍ଜିତ କୁମାର ରାଉତ, ପ୍ରମିଳା ସାହୁ, ରଚନା ମଳିକ, ଶ୍ରୀକାନ୍ତ ବେହେରା, ମୋହନଚାନ୍ଦ ମଳିକ, ସୁକାନ୍ତି ସୂତାର, ଶଶିରେଖା ସୂତାର, ରୁବିନା ମଳିକ, ସେକ ଆଇବୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କୁନା ଜଗତି ଧନ୍ୟବାଦ ଅର୍ପଣ କରିଥିଲେ ।