ଇନ୍ଦୁପୁର ହାଇସ୍କୁଲ ପୂରାତନ ଛାତ୍ର ସଂସଦର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲ ସମ୍ମିଳନୀ କକ୍ଷରେ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବନ୍ଧୁ ମିଳନ ପର୍ବ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦିବଙ୍ଗତ ପ୍ରାକ୍ତନ ଛାତ୍ରଛାତ୍ରୀ ଏବଂ ଜାତୀୟ ତଥା ରାଜ୍ୟ ସ୍ତରୀୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଂସଦର ସମ୍ପାଦକ ପ୍ରଣବ କୁମାର ଜେନା ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କୁ ସାରଦୀୟ ଅଭିନନ୍ଦନ ଜଣାଇ ବୈଠକର ଉଦେଶ୍ୟ ଜ୍ଞାପନ କରିଥିଲେ । ପ୍ରାକ୍ତନ ସଭାପତି ଡାକ୍ତର ବିରଂଚି ନାରାୟଣ ଜଗଦ୍ଦେବ ଓ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର ନିଜ ନିଜର ମତ ବ୍ୟକ୍ତ କରି ବିଦ୍ୟାଳୟର ପାଚେରୀ ପୁନଃନିର୍ମାଣ, ସମ୍ମିଳନୀ କକ୍ଷ ଏବଂ ଶ୍ରେଣୀ କକ୍ଷ ନିର୍ମାଣ ପାଇଁ ରାଜ୍ୟସଭା ସାଂସଦ ସୁବାଷ ସିଂହଙ୍କ ଗୋଚରାର୍ଥେ ବୈଠକର ଅଧିବେସନ ନକଲ ସହ ଏକ ନିବେଦନ ପତ୍ର ପଠାବାକୁ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟାପକ ଡଃ. ପ୍ରଭାତ ରଞ୍ଜନ ମହାନ୍ତି, ସୁବାଷ ଚନ୍ଦ୍ର ମଜୁମଦାର, ଶିକ୍ଷାବିତ୍ ଅଦ୍ୱୈତ ବଲ୍ଲଭ ଜେନା, ଶିକ୍ଷକ ପ୍ରଦୀପ ନାୟକ, ପର୍ଶୁରାମ ସ୍ୱାଇଁ, ତ୍ରିଲୋଚନ ଜେନା, ଦେବେନ୍ଦ୍ର ରାଉତ, ଶ୍ରୀବତ୍ସ ନାୟକ, ଧ୍ରୁବ ଚରଣ ପାତ୍ର, ଅନାଦୀ ଚରଣ ଦାସ, ପ୍ରଦୀପ ଦାସ, ଜ୍ଞାନେନ୍ଦ୍ର ବାରିକ, ଡଃ. ରମେଶ ଚନ୍ଦ୍ର ମହାନ୍ତି, ବ୍ରଜ କିଶୋର ପତି ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ବିକାଶ ପାଇଁ ସୁଚିନ୍ତିତ ମତ ଦେଇଥିଲେ । ବିଦ୍ୟାଳୟର ଅଭାବ ଓ ଅସୁବିଧା ପୁରଣ କରିବା ପାଇଁ ସହମତି ପ୍ରକାଶ କରିଥିବାରୁ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବର୍ତ୍ତମାନର ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କୁ ସଭାରେ କୃତଜ୍ଞତା ଅର୍ପଣ କରାଯାଇଥିଲା । ପ୍ରବିର ରଞ୍ଜନ ସୁତାର, ଦୁଷ୍ମ୍ମନ୍ତ ମଲ୍ଲିକ, ପ୍ରଶାନ୍ତ କୁମାର ସିଂ, ଗୌରାଙ୍ଗ ଚରଣ ସାହୁ, ଜ୍ଞାନେନ୍ଦ୍ର ସାହୁ, ହରେକୃଷ୍ଣ ସାହୁ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଦେବାଶିଷ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ