ଇପିଏଫ ପେନସନରର୍ସ ଆସୋସିଏସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

କେନ୍ଦ୍ରାପଡା : ଅଲ ଓଡିଶା ଇପିଏଫ ପେନସନରର୍ସ ଆସୋସିଏସନ ପକ୍ଷରୁ ସାମାଜିକ ସୁରକ୍ଷା ସମ୍ପର୍କୀତ ସ୍ମାରକପତ୍ର ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି । ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ସମଗ୍ର ଓଡିଶାରେ ଇପିଏଫ ପେନସନ ଭୋଗୀମାନଙ୍କୁ ମାସକୁ ମାତ୍ର ଏକହଜାର ଟଙ୍କା ପେନସନ ପ୍ରଦାନ କରାଯାଉଛି ଯାହା ସେମାନଙ୍କ ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହେଁ । ଏତଦବ୍ୟତିତ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରୁ ମଯ୍ୟ ବଂଚିତ ହେଉଛନ୍ତି । ନିକଟରେ ଇପିଏଫ ଅବସରପ୍ରାପ୍ତ କର୍ମଚାରୀଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା କୋଶିଆରୀ କମିଟି ମାସିକ ୩ହଜାର ଟଙ୍କା ପେନସନ ସହିତ ଡିଏ ଓ ଟିଆଇ ଗତ ୨୦୧୩ମସିହା ଠାରୁ ପ୍ରଦାନ କରିବାକୁ ସୁପାରିଶ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ଅନ୍ୟପଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସର୍ବନିମ୍ନ ମାସିକ ୯ହଜାର ଟଙ୍କା ସହିତ ଡିଏ ଓ ଟିଆଇ ଦେବାକୁ ଘୋଷଣା କରାଯାଇଥିବା ବେଳେ ଇପିଏଫ ପେନସନରର୍ସମାନଙ୍କୁ ମାସିକ ମାତ୍ର ଏକହଜାର ଟଙ୍କା ପେନସନ ଦେବା ଅତ୍ୟନ୍ତ ଦୁଃଖଦାୟକ । ଏହି ସ୍ୱଳ୍ପ ପେନସନରେ ସେମାନଙ୍କ ପରିବାରର ଜୀବନଜୀବିକା ନିର୍ବାହ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ଇପିଏଫ ପେନସନରର୍ସମାନଙ୍କୁ ସେମାନଙ୍କ ମୂଳ ଦରମା ଅନୁଯାଇ ସର୍ବୋଚ ପେନସନ ପ୍ରଦାନ କରାଯିବାକୁ ଦେଶର ସର୍ବୋଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଗତ ୨୦୧୭ମସିହା ମାର୍ଚ୍ଚମାସ ୨୩ତାରିଖ ଓ ଗତ ୨୦୧୮ମସିହା ଜୁନମାସ ୮ତାରିଖରେ ଏହାକୁ କାର୍ଯ୍ୟକାରୀ କରିବାକୁ ସରକୁଲାର ପଠାଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇନଥିବା ଅଭିଯୋଗ ହୋଇଛି । ତେଣୁ ଇପିଏଫ ପେନସନରର୍ସମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଦାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବା ସହିତ ସେମାନଙ୍କୁ ସର୍ବନିମ୍ନ ମାସିକ ପେନସନ ୯ହଜାର ଟଙ୍କା ପ୍ରଦାନ କରିବା,ସର୍ବୋଚ ନ୍ୟାୟାଳୟଙ୍କ ନିର୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନ ଓ ସମସ୍ତ ଇପିଏଫ ପେନସନରର୍ସମାନଙ୍କୁ ଚିକିତ୍ସା ଭତ୍ତା କିମ୍ବା “ଆୟୁଷ୍ମାନ ଭାରତତେଯାଜନାରେ ମାଗଣା ଚିକିତ୍ସା ପ୍ରଦାନ କରିବାକୁ ଦାବି ସେମାନେ କରିଛନ୍ତି । ଆସୋସିଏସନର ସଭାପତି ବସନ୍ତ କୁମାର ଦାଶ,ଉପସଭାପତି କାହ୍ନୁ ଚରଣ ଦାଶ,ସାଧାରଣ ସମ୍ପାଦକ ଲୋକନାଥ ରାଉତ,ଯୁଗ୍ମ ସମ୍ପାଦକ ପିତାମ୍ବର ମହାନ୍ତି,କୋଷାଧ୍ୟକ୍ଷ ଗୋପବନ୍ଧୁ ପତି,ଭାଗ୍ୟଧର ବ୍ରହ୍ମା,ବିଜୟ କୁମାର ଜେନା,ରାଜ କିଶୋର ସ୍ୱାଇଁ,ଶରତ କୁମାର ପାଣି,ମାୟାଧର ମଲ୍ଲିକ ପ୍ରମୁଖ ଶତାଧିକ ଇପିଏଫ ପେନସନରର୍ସମାନେ ସ୍ଥାନୀୟ ଉଠା ଜଳସେଚନ ଡିଭିଜନ କାର୍ଯ୍ୟାଳୟ ନିକଟରୁ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ସହର ମଧ୍ୟଦେଇ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିବା ପରେ ବିଭିନ୍ନ ସ୍ଲେ୍ୱାଗାନ ଦେଇ ସେମାନଙ୍କ ଦାବି ପୁରଣ ପାଇଁ ନାରାବାଜି କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଉତ ସେଠାକୁ ଆସି ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ