ଇପ୍ସାର କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
କଟକ, (ଓ୍ବାଇଏନ୍ଏସ୍):କଟକ ସିଡିଏ ସ୍ଥିତ ଇପ୍ସାର ମ୍ୟାନେଜମେଣ୍ଟ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଲକ୍ଡାଉନ୍କୁ ଦୃଷ୍ଟିରେ ରଖି କଲେଜ ନିର୍ଦ୍ଦେଶକ ଡଃ ଜିତେନ୍ କୁମାର ମିଶ୍ର ଅନ୍ଲାଇନ୍ ମାଧ୍ୟମରେ କଲେଜର କର୍ମକର୍ତ୍ତା ତଥା ଛାତ୍ରଛାତ୍ରୀମାନଙ୍କ ଗ୍ରହଣରେ ଯୋଗାସନ କରିଥିଲେ । ଏଥି ସହ ଯୋଗ ଶାରୀରିକ,ନୈତିକ ଏବଂ ବୈାଦ୍ଧିକ ଶକ୍ତିର ବିକାଶ ବୃଦ୍ଧିରେ ସହାୟକ ହୋଇଥାଏ । ଛାତ୍ରଛାତ୍ରୀଙ୍କ କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ଦୈନିକ ଯୋଗ କରିବା ଆବଶ୍ୟକ ସମ୍ପର୍କରେ ଅଲୋକପାତ କରିବା ସହ ଭାରତ ବିଶ୍ୱବାସୀଙ୍କୁ ସ୍ୱାସ୍ଥ୍ୟବାନ୍ ହେବା ଉଦ୍ଦେଶ୍ୟରେ ‘ବିଶ୍ୱ ଯୋଗ ଦିବସ’ ଏକ ଉପହାର ସ୍ୱରପ ବୋଲି ନିର୍ଦ୍ଦେଶକ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଅଶୋକ କୁମାର ମିଶ୍ର, କବିତା ଆଚାର୍ଯ୍ୟ, ଇଜାରୁଲ ହୁସେନ, ସାମନ୍ତ ଗରୁଡ, ଦିପକ କୁମାର ବିଶ୍ୱାଳ, ରାଜ କୁମାର ଦାଶ , ରାକେଶ ବେହୁରା ପ୍ରମୁଖ ଯୋଗଦାନ କରିଥିଲେ ।


