ଇଭିଏମ ମେସିନ ଆସିବା ପୁର୍ବରୁ ତାଲିମ ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥି ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦୁଇ ଦିନ ମଧ୍ୟରେ ୧୦୬୨୦ କଂଟ୍ରୋଲ ୟୁନିଟ ଓ ୧୦୬୨୦ ବ୍ୟାଲେଟ ୟୁନିଟ ଆସିବାକୁ ରହିଛି । ଏନେଇ ଛତ୍ରପୁର ଋଷିକୁଲ୍ୟା ଜିଲାପରିଷଦ ଭବନ ପରିଷଦରେ ଏକ ପ୍ରଣିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଲୀନା କୁମାରୀ ଖେସ ଓ ଆସିଷ୍ଟାଂଟ କଲେକ୍ଟର (ନିର୍ବାଚନ) ଓମପ୍ରକାଶ ପରିଡା ଯୋଗଦେଇ ମେସିନ ସବୁ ଆସିବା ପରେ ଏହାର ସଠିକ ବ୍ୟବାହର ସ୍କ୍ରିନିଂ ଏବଂ ଏଟିପି କିପରି କରାଯିବ ତାହା ଉପରେ ଏହି ପ୍ରଶିକ୍ଷଣ ଶିବିରରେ କୁହାଯାଇଥିଲା । ଏଥିରେ ଜିଲାର ଜିଆରଏସ, ଅମିନ,ଡାଡା ଏଟ୍ରିଂ କର୍ମଚାରୀ ଓ ଓଆରଏସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ