ତେଲେଙ୍ଗାନାରୁ ଫେରିଲା ଭାଇର ଶବ: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ
ଚିକିଟି -(ଦୀପ୍ତି ରଞ୍ଜନ ପାଢ଼ୀ ) : କେ.ନୂଆଗାଁ ଥାନା ଲାଉବାଡ଼ି ଗ୍ରାମ ର ସୋମନାଥ ବେହେରା ଙ୍କ ଶବ ତେଲେଙ୍ଗାନା ରୁ ଆସିବା ପରେ ଭଉଣୀ ଙ୍କ ଅଭିଯୋଗ କୁ ଆଧାର କରି ଶବ କୁ ଜବତ କରିଛି ପୋଲିସ.ଭଉଣୀ ସନ୍ତୋଷୀ ଭାଇ ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି.ସନ୍ତୋଷୀ ଙ୍କ ଅଭିଯୋଗ ଅନୁସାରେ ଭାଇ ସୋମନାଥ ବେହେରା ପୁରୁଷୋତ୍ତମପୁର ଗ୍ରାମ ର ଯୁବତୀ କଂଗ୍ରେସ ଦାସ ଙ୍କ ଝିଅ ସନ୍ତୋଷୀ ଙ୍କୁ ଭଲ ପାଉଥିଲେ.ଉଭୟ ଜାନୁଆରୀ 27 ତାରିଖ ରେ ତେଲେଙ୍ଗାନା ର ସିକୁନ୍ଦରାବାଦ ଯାଇ ସେଠାରେ ଉଭୟ ରହୁଥିଲେ. ଗତ ଶନିବାର ରାତ୍ର 12 ଘଣ୍ଟା ସମୟ ରେ ହଟାତ ଭାଇ ମରିଯାଇଥିବା କହି ଭିଡ଼ିଓ କଲ ରେ ଦେଖେଇ ତରବରିଆ ଭାବେ ଗାଁ କୁ ଶବ ଅଣା ଯାଇଥିବା ଅଭିଯୋଗ କରିଛନ୍ତି.ଶବ କୁ ଦେଖିଲା ପରେ ସନ୍ଦେହ କରି ଚିକିଟି ମେଡିକାଲ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ. କିନ୍ତୁ ଏହି ଅସ୍ୱାଭାବିକ ଘଟଣା କୁ ସହଜ ରେ ଗ୍ରହଣ କରିନପାରି ହତ୍ୟା ସନ୍ଦେହ କରିଛନ୍ତି ପରିବାର ଲୋକେ. ଘଟଣା ସ୍ଥଳ ରେ ଧାନଘର ଫାଣ୍ଡି ଅଧିକାରୀ ଗୌତମ ସାହୁ ପହଞ୍ଚି ଶବ କୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ ସହ ଅନୁସନ୍ଧାନ ଜାରି ରଖିଛି.ତେବେ ଏ ଭଳି ଆସ୍ୱଭାବିକ ମୃତ୍ୟୁ ଘଟଣା ପରେ ଦୁଇ ରାଜ୍ୟ ଡେଇଁ ବିନା ପୋଷ୍ଟ ମୋର୍ଟମ ରେ ଶବ କିପରି ଆସିଲା ତାହା ସନ୍ଦେହ ଘେର ରେ ରହିଛି.


