ଇମାମବାଡା ବସ୍ତି ପରିଚାଳନା କମିଟିରୁ ବସ୍ତି ସର୍ଦ୍ଦାରଙ୍କ ଇସ୍ତଫା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ପୈାରାଞ୍ଚଳର ୧୫ନମ୍ବର ୱାର୍ଡ ଅନ୍ତର୍ଗତ ଇମାମବାଡା ବସ୍ତି ପରିଚାଳନା କମିଟିର ସର୍ଦ୍ଦାର ସୟଦ ଫଜଲ ଅଲ୍ଲୀ(ଧନ୍ନାମିଆଁ) ସର୍ଦ୍ଦାର ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ଗତ ୧୯୭୦ମସିହାରୁ ସେ ନାୟବ ସର୍ଦ୍ଦାର ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ୧୯୯୮ମସିହାରେ ବସ୍ତିର ସର୍ଦ୍ଦାର ଭାବରେ କାର୍ଯ୍ୟ ଆରମ୍ଭ କରି ଦୀର୍ଘ ୨୫ବର୍ଷ ଧରି ନିଜର ଦାୟିତ୍ୱକୁ ସୂଚାରୁ ରୂପରେ ତୁଲାଇ ଆସୁଥିଲେ । କିନ୍ତୁ ବୟସାଧିକ ଏବଂ ଶାରିରୀକ ଅସୁସ୍ଥତାରୁ ସେ କାର୍ଯ୍ୟ ତୁଲାଇବାରେ ଅସମର୍ଥତା ପ୍ରକାଶ କରି ବସ୍ତିର ସର୍ଦ୍ଦାର ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି । ବସ୍ତିର କୋଷାଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫା ପତ୍ର ସେ ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଏହି ବସ୍ତିର ନାୟବ ସର୍ଦ୍ଦାରଙ୍କ ମୃତ୍ୟୁ ପରେ ସେହି ପଦ ମଧ୍ୟ ଖାଲି ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ