ଇମ୍ଫା ଦ୍ଵାରା କପାଳେଶ୍ୱର ମନ୍ଦିରରେ ନିର୍ମିତ ସାମୁହିକ ଉନ୍ନୟନ କେନ୍ଦ୍ର ଉଦ୍ଦଘଟିତ
ଚୌଦ୍ଵାର ,(ଦୀପକ୍ କୁମାର ବେଉରା): ଚୌଦ୍ୱାର ରେ ଥିବା ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଓ ଦାୟିତ୍ୱବୋଧ ଶାଖା ଏବଂ ବଂଶୀଧର ଇଲ୍ଲା ପଣ୍ଡା ଫାଉଣ୍ଡେସନ ଦ୍ବାରା ଚୌଦ୍ଵାର ପୌରପାଳିକାର ୯ ନମ୍ୱର୍ ୱାର୍ଡ ରେ କପାଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୧୬ ଲକ୍ଷ ଟଙ୍କା ବ୍ୟୟ ରେ ଏକ ସାମୁହିକ ଉନ୍ନୟନ କେନ୍ଦ୍ର ଉଦ୍ଦଘଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଚୌଦ୍ଵାର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ କରିଥିଲେ । ଉକ୍ତ ସାମୁହିକ ଉନ୍ନୟନ କେନ୍ଦ୍ର ଯୋଗୁଁ ସ୍ଥାନୀୟ ବାସିନ୍ଦା ତଥା ଆଖପାଖ ଅଞ୍ଚଳର ବାସିନ୍ଦା ମାନେ ସ୍ୱଳ୍ପ ବ୍ୟୟରେ ବିବାହ,ବ୍ରତ ଭଳି ବିଭିନ୍ନ ନିମିତ୍ତ କାର୍ଯ୍ୟକ୍ରମ କରି ପାରିବେ ବୋଲି ଶ୍ରୀ ବିଶ୍ଵାଳ ପ୍ରକାଶ କରି ଇମ୍ଫାର ଏଭଳି ମହତ୍ତ୍ କାର୍ଯ୍ୟ ପାଇଁ ସାଧୁବାଦ୍ ଜଣାଇଥିଲେ । ଉକ୍ତ ଉଦ୍ଦଘାଟନ ଉତ୍ସବରେ ମନ୍ଦିର କମିଟି ସଭାପତି ବାଳକୃଷ୍ଣ ମହାନ୍ତି,କରୁଣାକର ସାହୁ,ବୈକୁଣ୍ଠ ପୃଷ୍ଟି,ରବୀନ୍ଦ୍ର କୁମାର ନାୟକ,ବିଷ୍ଣୁ ଚରଣ ପରିଡ଼ା,ଅର୍ଜୁନ ପଣ୍ଡା,ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ,ଅଜୟ ବେହେରା,ନିକୁଞ୍ଜ ସାମଲ,ସୁବୋଧ ନାୟକ,ରାଜକିଶୋର ସାମନ୍ତରାୟ,ସୁବ୍ରତ ସାମଲ,ବାସୁଦେବ ଦାସ,ନରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଇମ୍ଫାର ମାନବ ସମ୍ବଳ ଅଧିକାରୀ ଶାରଦା ପ୍ରସନ୍ନ ରାଓ,ମାନସ ରଞ୍ଜନ ପ୍ରଧାନ ଓ ଆଶିଷ କୁମାର ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିଥିଲେ। ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଧୂର୍ବ ଚରଣ ରାଉତ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।