ଇଲିସି ଗୋଟାକୁ ୭ ହଜାର ଟଙ୍କା

କଥାରେ ଅଛି ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସି । ଇଲିସି ନାମ ଶୁଣିଲେ ପାଟିରୁ ଲାଳ ବାହାରି ପଡ଼ୁଥିବା ବେଳେ ଇଲିସି ଦାମ ଶୁଣିଲେ ହୋସ୍ ଉଡ଼ିଯାଉଛି । ବର୍ତ୍ତମାନ ୧ କେଜି ଇଲିସି ହାରାହାରି ୧୧ ଶରୁ ୧୫ ଶହ ଟଙ୍କାରେ ବିକ୍ରି ହେଉଛି । ମାତ୍ର ବଙ୍ଗୋପସାଗର ଉପକୂଳ ଧାମରା ମୁହାଁଣରୁ ଆଜି ଏକ ବଡ଼ ଇଲିସି ଧରାଯାଇଛି । ଏହାର ଓଜନ ପାଖାପାଖି ଦୁଇ କିଗ୍ରା । ଧାମରାର ଜଣେ ମତ୍ସ୍ୟଜୀବୀଙ୍କ ଟ୍ରଲରରେ ଏହି ବଡ଼ ଇଲିସି ମାଛ ଧରାପଡିଛି । ପୂର୍ବରୁ ଏହିଭଳି ମାଛ ଧରାପଡ଼ିଛି ହେଲେ ଦର କେଜି ପ୍ରତି ୩ ହଜାର ୫ ଶହ ଟଙ୍କା ଆଗରୁ କେବେ ଶୁଣାନଥିଲା । ଏତେ ବଡ଼ ମାଛକୁ ଦେଖିବା ପାଇଁ ଦେଖଣାହାରୀଙ୍କ ଭିଡ଼ ଲାଗିଥିଲା । ପୂବାଳି ପବନ ବୋହୁଥିବାରୁ ଧାମରା ଦୋସିଙ୍ଗା ଅଞ୍ଚଳର ସୁଧୀର ସିଂ ନାମକ ଜଣେ ମତ୍ସ୍ୟଜୀବୀ ଏହି ମାଛକୁ ଗଭୀର ସମୁଦ୍ର ମଧ୍ୟରୁ ଧରିଥିବା ବେଳେ ଅପରାହ୍ନ ୫ଟା ସମୟରେ ବୋଟ୍ କୂଳରେ ଲାଗିଥିଲା । ପରେ ଏହି ମାଛକୁ ଚନ୍ଦନୀପାଳସ୍ଥିତ କଣ୍ଟାରେ ନିଲାମ କରାଯାଇଥିଲା । ମକରା ନାମକ ବେପାରୀ ଏହି ନିଲାମି ଧରି କେଜି ପ୍ରତି ୩ ହଜାର ହିସାବରେ ୭ ହଜାର ଟଙ୍କାରେ ବିକ୍ରି କରିଛନ୍ତି । ବାହାର ରାଜ୍ୟକୁ ଏହି ମାଛଟି ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ