ଇଲେକ୍ଟ୍ରୋନିକ୍ସ ମରାମତି ଦୋକାନରୁ ଚୋରି

ପାଣିକୋଇଲ(ଜୁଗାବ୍ଦ ନ୍ୟୁଜ୍‍): ପାଣିକୋଇଲି ନମିଟିକିରୀ ରାସ୍ତାରେ ଶନିମନ୍ଦିର ନିକଟରେ ଏକ ଇଲେକ୍ଟ୍ରୋନିକ୍ସ ମରାମତି ଦୋକାନରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ସ୍କାଏ ଲାଇଟ ଭାଙ୍ଗି ମରାମତି ଲାଗି ଥିବା ବିଭିନ୍ନ ଉପକରଣ ସହିତ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ସାମଗ୍ରୀ ଚୋରି ହୋଇଛି । ଏନେଇ ମାଲିକ ପାଣିକୋଇଲି ଗ୍ରାମର ଅରୁଣ ପଣ୍ଡାଙ୍କ ପୁଅ ହିମାଂଶୁ ପଣ୍ଡା ଅଭିଯୋଗ କରିଛନ୍ତି । ଗୁରୁବାର ଦିନ ସକାଳ ୯ଟା ସମୟରେ ସେ ଦୋକାନ ଖୋଲି ୩ଟି ଗ୍ରାଇଣ୍ଡର, ପ୍ରେସରକୁକର ୪ଟି, ଆଇରନ ୮ଟି, ହଟକେଶ ୩ଟି ସମେତ ରିପ୍ୟାରିଂ ଉଦ୍ଦେଶ୍ୟରେ ଥିବା ସ୍ମାର୍ଟ ଫୋନ ୮ଟି, ଇଣ୍ଡକ୍ସନ କୁକର ୫ଟି ଚୋରି ହୋଇଥିବା ଦେଖିଥିଲେ । ଏତଦବ୍ୟତୀତ କ୍ୟାସ ବାକ୍ସରେ ଥିବା ୮୦୦ଟଙ୍କା ମଧ୍ୟ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ସଂକ୍ରାନ୍ତରେ ହିମାଂଶୁ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ଏକ ମାମଲା ୮୫ /୧୯ ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ