ଇଶଳା ଗାଁରେ ସରକାରୀ ଯାଗା ଜବରଦଖଲ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଶଳା ଗ୍ରାମରେ ଏକ ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରିନେଇଥିବା ନେଇ ଗ୍ରାମର ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏହାକୁ ଉଚ୍ଛେଦ କରିବା ଦାବିରେ ଗ୍ରାମବାସୀମାନେ ହାଟଡିହି ତହସିଲଦାର, ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗ୍ରାମର ଜଣେ ବ୍ୟକ୍ତି ମୌଜା- ଇଶଳା, ଖାତା ନଂ-୨୨୯, ପ୍ଲଟ ନଂ-୩୯୩, ରକବା ୧୦ଡିସିମିଲରୁ ୪ଡିସିମିଲରେ ନିର୍ମାଣ ହୋଇଥିବା ସ୍କୁଲ ଘରର ଗ୍ରେଟବିମକୁ ଯୋର ଜବରଦସ୍ତ ମାଟି ପକାଇ ନିଜ ଦଖଲରେ ରଖିଛନ୍ତି । ଯେଉଥିପାଇଁ ଗ୍ରାମର ୫ମଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେବା ସହିତ ଦୁଇଟି ଶ୍ରେଣୀଗୃହରେ ୫ଟି ଶ୍ରେଣୀର ପିଲାମାନେ ପଢ଼ୁଛନ୍ତି । ସେହିପରି ଖାତାନଂ-୨୨୯, ପ୍ଲଟ ନଂ-୪୬୦, ରକବା-୮୯ଡିସିମିଲରୁ ୩ଡିସିମିଲ ଜମିକୁ ଜବରଦଖଲ କରି ମାଟିପକାଇ ପୋତିଦେବା ସହିତ ଘର କରିବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଏହାର କିସମ ପାଣି ମାହାରା ହୋଇଥିବାରୁ ଓ ଏହିବାଟ ଦେଇ ବର୍ଷାଜଳ ନିସ୍କାସନ ହେଉଥିବାରୁ ଏବେ ତାହା ବନ୍ଦ ହୋଇଯାଇ ରାସ୍ତା ଉପରେ ପାଣିଜମି ରହି ଯାତାୟତରେ ଘୋର ଅସୁବିଧା ଉପୁଜୁଛି । ସେହିପରି ଗ୍ରାମ୍ୟ ରାସ୍ତାକୁ ସଙ୍କୁଚିତ କରି ଅବରୋଧ କରି ରଖିଥିବାରୁ ଗ୍ରାମବାସୀମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମର ୱାର୍ଡସଭ୍ୟ ବାଇଧର ସେଠୀ, ଦିପ୍ତୀ ରଞ୍ଜନ ନାୟକ, ଗୁରୁଚରଣ ରାଉତ, ସୁଦାମ ଚରଣ ଶଙ୍ଖୁଆ, ମାୟାଧର ମହାନ୍ତି, କାହ୍ନୁ ଚରଣ ବାରିକ, ହିମାଶୁଂ ଭୁଷଣ ଶଙ୍ଖୁଆ, ନଟବର ସା, କ୍ଷେତ୍ରବାସୀ ନାୟକ, ମହେନ୍ଦ୍ର ଖୁଣ୍ଟିଆ, ରାଜେନ୍ଦ୍ର ସା, ଶଶିକାନ୍ତ ପ୍ରଧାନ, ଚନ୍ଦନ ନାୟକ, ମୁକ୍ତିକାନ୍ତ ଶଙ୍ଖୁଆ, ଜଳଧର ମହାନ୍ତି, ଶଶିକାନ୍ତ ନାୟକ, ସୌମେନ୍ଦ୍ର ମହାନ୍ତିଙ୍କ ସମେତ ଶତାଧିକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରଶାସନ ତୁରନ୍ତ ସରକାରୀ ଯାଗାର ମାପଚୁପ କରି ଜବରଦଖଲ ହଟାଇବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି । ନଚେତ ବାଧ୍ୟ ହୋଇ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ