ଇ-ଗଭରର୍ନାନ୍ସ ପ୍ରଶିକ୍ଷଣ ଶିବିର “ସକ୍ଷମ”

କେନ୍ଦ୍ରାପଡା – କେନ୍ଦ୍ରାପଡା ସମବାୟ ସମିତି ସମୂହର ସହକାରୀ ସମବାୟ ନିବନ୍ଧକ ଙ୍କ ଆନୁକୁଲ୍ୟରେ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ସ୍ତରରେ ସମ୍ପାଦକ ଏବଂ ଡାଟା – ଏଂଟ୍ରୀ -ଅପରେଟରମାନଙ୍କୁ ଇ-ଗଭରର୍ନାନ୍ସ ସଫ୍ଟୱାୟାର “ସକ୍ଷମ” ସମ୍ପର୍କରେ ତାଲିମ ପ୍ରଦାନ ନିମନ୍ତେ ଏବଂ ସଠିକ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇଦେବା ଉଦେଶ୍ୟରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସେହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ପ୍ରାଥମିକ ସମବାୟ ସମିତି ଗୁଡିକୁ ଦୁର୍ନିତୀମୁକ୍ତ ଅନୁଷ୍ଠାନ ଭାବରେ ଗଢିତୋଳିବାକୁ ଏବଂ ସମିତିର ସଦସ୍ୟ ଚାଷୀମାନଙ୍କୁ ସେବା ପ୍ରଦାନରେ ଅବହେଳା ନକରିବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ଆଗାମୀ ଖରିଫ ଋତୁରେ ମଣ୍ଡିରେ ଧାନ ସଂଗ୍ରହରେ ସ୍ୱଛତା ରକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମବାୟ ସମିତି ସମୂହର ସହକାରୀ ସମବାୟ ନିବନ୍ଧକ ଅଶୋକ କୁମାର ବେହେରା ବୈଠକରେ ଅଧ୍ୟକ୍ଷତାକରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ସହିତ କହିଥିଲେ ଯେ ଇ-ଗଭରର୍ନାନ୍ସର ଅର୍ଥ ହେଉଛି ଠିକ ସମୟରେ ଜନସାଧାରଣଙ୍କୁ ମୁକ୍ତ ଓ ଅବାଧ୍ୟ ସେବା ଯୋଗାଇଦେବା ଏବଂ ସ୍ୱଛତାର ସହିତ ନିଜର କର୍ତ୍ତବ୍ୟ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ସରକାରଙ୍କ ୫-ଟିକୁ ଅନୁଧ୍ୟାନକରି ସର୍ବଦା କାର୍ଯ୍ୟକ୍ଷେତ୍ରରେ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ମାଷ୍ଟର ଟ୍ରେନର ଭାବେ ନିରଜ ତ୍ରିପାଠୀ ଓ କେଶବ ହାଲଦାର ଯୋଗଦେଇ ତାଲିମ ପ୍ରଦାନ କରିଥିବା ବେଳେ ଜିଲ୍ଲାର ୧୧୬ସମ୍ପାଦକ ଓ ୧୨୦ଡାଟା ଏଂଟ୍ରି ଅପରେଟର ଶିବିରରେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମବାୟ ନିରୀକ୍ଷକ ସଚିଦାନନ୍ଦ ଜେନା,କ୍ଷିରୋଦ ସ୍ୱାଇଁ,ସୁରଥ ସାମଲ,ରଜତ ପାଣି,ଅପର୍ଣ୍ଣା ଶତପଥୀ,ବିଜୟ ପ୍ରଧାନ,ପଟ୍ଟାମୁଣ୍ଡାଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଅକ୍ଷୟ ଦାସ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ