ଇ-ଚେକ ଗେଟ୍ ବ୍ୟବସ୍ଥା ଉଦ୍ଘାଟିତ
ଭୁବନେଶ୍ୱର: ଉଦ୍ଯାପିତ ହୋଇଛି ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ । ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦଘାଟିତ ହୋଇଛି ଇ-ଚେକ୍ ଗେଟ୍ ବ୍ୟବସ୍ଥା । ଏହି ବ୍ୟବସ୍ଥା ଏଣିକି ଅନ୍ୟ ରାଜ୍ୟର ଗାଡ଼ି ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଗେଟ ପ୍ରବେଶ ହୋଇ ପାରିବ । ଏହି ବ୍ୟବସ୍ଥାକୁ ଉଦ୍ଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ସହ ମୋବାଇଲ ଆପ ସେବା ସିଟିଜେନ ରିପୋର୍ଟିଂର ମଧ୍ୟ ଶୁଭାରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ। ନୂଆ ଆପ ଜରିଆରେ ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ସୁବିଧା ହେବ । ସାଧାରଣ ଲୋକେ ମଧ୍ୟ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କ ଫଟୋ ସିଧାସଳଖ ଆପ୍ ମାଧ୍ୟମରେ ପଠାଇ ପାରିବେ । ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ୫୦ ପ୍ରତିଶତ କମ୍ କରିବା। ଏଥିପାଇଁ ଓଡ଼ିଶାରେ ପରିବହନ ନିୟମ କଡ଼ାକଡ଼ି ଅନୁପାଳନ ହେବ।