ଇ-ନାମ ମଣ୍ଡି ମାଧ୍ୟମରେ ୨ ଟନ କାଜୁ ବିକ୍ରି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ନିୟନ୍ତ୍ରଣ ବଜାର କମିଟି ପରିସରରେ ଥିବା ଇ-ନାମ ମଣ୍ଡି ମାଧ୍ୟମରେ ବୁଧବାର ଖଲ୍ଲିକୋଟ ବ୍ଲକ ସାବୁଳିଆ ଗ୍ରାମର ଚାଷୀ ପ୍ରକାଶ ଚନ୍ଦ୍ର ପଣ୍ଡା ନିଜ କୃଷିଜାତ ଦ୍ରବ୍ୟ ୨ ଟନ କାଜୁ ବିକ୍ରି କରିଛନ୍ତି।ସେ ଉତ୍ପାଦିତ କାଜୁ ଫସଲକୁ ମହାବୀର କାଜୁ ପ୍ରୋସେସିଂ ୟୁନିଟକୁ ଇ-ନାମ ମଣ୍ଡି ଜରିଆରେ ବିକ୍ରି କରି ଉପଯୁକ୍ତ ମୁଲ୍ୟ ପାଇ ଖୁସି ପ୍ରକାଶ କରିଛନ୍ତି। ନିୟନ୍ତ୍ରିତ ବଜାର କମିଟି ହିଞ୍ଜିଳିକାଟୁ ସମ୍ପାଦକ ବିନାୟକ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ୨ ଟନ କାଜୁ କାରବାର ହୋଇଥିଲା ।ତାଙ୍କ ପରି ଅଞ୍ଚଳର ଚାଷୀ ଭାଇ ମାନେ ନିଜ ନିଜ କୃଷିଜାତ ଦ୍ରବ୍ୟକୁ ଇ-ନାମ ମଣ୍ଡି ଯୋଜନାରେ ସାମିଲ ହୋଇ କୃଷିଜାତ ଦ୍ରବ୍ୟ ବିକ୍ରି କରି ଅଧିକରୁ ଅଧିକ ଲାଭବାନ ହୋଇ ପାରିବେ ବୋଲି କାଜୁ ଚାଷୀ ପ୍ରକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି।ଏହି ଇ-ନାମ ମଣ୍ଡି ଦ୍ୱାରା ଆନ୍ତଃ ରାଜ୍ୟ କାରବାରରେ ସମ୍ପାଦକ ଶ୍ରୀ ବିଶ୍ୱାଳଙ୍କ ସହ ନୋଡାଲ ଅଧିକାରୀ ପବିତ୍ର କୁମାର ସାହୁ,ମଣ୍ଡି ବିଶ୍ଲେଷକ ବିଭୁ ଭୂଷଣ ପୋଲେଇ,ଦେବବ୍ରତ ନାହାକ ପ୍ରମୁଖ ଭୂମିକା ଗ୍ରହଣ କରି ଅଞ୍ଚଳର ଚାଷୀଭାଇ ମାନଙ୍କୁ ବେଶ ଉତ୍ସାହିତ କରିଛନ୍ତି।


