ଇ-ଲର୍ନିଂକୁ ପ୍ରତ୍ସାହିତ ସିୟୁଟିଏମ୍ରେ ଗଜପତି ଜିଲ୍ଲାପାଳ ବାଣ୍ଟିଲେ ଟ୍ୟାବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଇ-ଲର୍ନିଂକୁ ପ୍ରତ୍ସାହିତ କରିବା ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ସେଞ୍ଚୁରିୟନ୍ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆର୍ଥିକ ସମ୍ବଳ ନଥିବା ଛାତ୍ରଛାତ୍ରୀଙ୍କ ଅବିଭାବକ ମାନଙ୍କୁ ଟ୍ୟାବ ବଣ୍ଟନ କରିଛନ୍ତି । ମହାମାରୀ ସମୟରେ ଶିକ୍ଷାରଧାରା ସମ୍ପୂର୍ଣ୍ଣ ବଦଳିଯାଇଛି । ବର୍ତ୍ତମାନ ମୋବାଇଲ୍ ଫୋନ୍, ଟ୍ୟାବଲେଟ୍, ଲାପଟପ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣ ଉପରେ ବିଦ୍ୟାଳୟ ଶିକ୍ଷା ଅଧିକ ନିର୍ଭରଶୀଳ ହୋଇପଡିଛି । ଅନ୍ଲାଇନ୍ ଶିକ୍ଷା ଧାରା ଶ୍ରେଣୀଗୃହ ଶିକ୍ଷାଦାନର ସ୍ଥାନ ନେଇଛି । ଏହି ପରିସ୍ଥିତରେ ଶିକ୍ଷା ପ୍ରଦାନ ପାଇଁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହୃତ ହେଉଛି । ଅବଶ୍ୟ ଏହାଦ୍ୱାରା ଆର୍ଥିକ ପୃଷ୍ଠଭୂମି ଖରାପ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଗୁଡିକର କୌଣସି ସୁବିଧା ନଥିବା ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷଣର ଏକ ବଡ ପାର୍ଥିକ୍ୟ ଦେଖାଦେଇଛି । ମହାମାରୀ ଆରମ୍ଭରୁ ସେମାନେ ଶିକ୍ଷା ଠାରୁ ଦୂରେଇ ରହିଛନ୍ତି । ଇ-ଲର୍ନିଂକୁ ପ୍ରୋତ୍ସାହିତ କରିବା ପାଇଁ ସେଞ୍ଚୁରିୟନ୍ ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ୍.ରାଓ ସେମାନଙ୍କ ଶିକ୍ଷଣ ପ୍ରକ୍ରିୟାକୁ ଫେରାଇ ଆଣିବା ପାଇଁ ଆଇଆଇଏମ୍ସି ପିଜିପି ୨୪ ଆଲୁମିନି ସହିତ ମିସି ଟ୍ୟାବ ଯୋଗାଇ ଦିଆଯାଇଛି । ଏହି ଟ୍ୟାବ ବିତରଣ କାର୍ଯ୍ୟକ୍ରମ ସେଞ୍ଚୁରିୟନ୍ ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ଟ୍ୟାବ ବିତରଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ.ଅନୀତା ପାତ୍ର, ନିର୍ଦ୍ଦେଶକ ପ୍ରଶାସକ ଡ.ଦୁର୍ଗା ପ୍ରସାଦ ପାଢୀ, ଡିନ୍ ପ୍ରଶାସକ ଡ. ଏସ୍.ପି.ନନ୍ଦ, ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର ଏବଂ ପ୍ରଶାସକ ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ ।