ଉକ୍ତଳମଣି ସେବା ସଙ୍ଘ ତରଫରୁ ଗୋପବନ୍ଧୁ ଜୟନ୍ତୀ ପାଳିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଉକ୍ତଳମଣି ସେବା ସଙ୍ଘ ତରଫରୁ ଶନିବାର ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି l ଉକ୍ତ କାଯ୍ୟକ୍ରମ ରେ ସାନଖେମୁଣ୍ଡି ବିଧାୟକ ରାମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଖଲିଙ୍ଗି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀହରି ବାରିକ, ସିମାଞ୍ଚଳ ରେଡ଼ି, ବିଶ୍ୱସରାୟ ବିଜ୍ଞାନ ମହାବିଦ୍ୟାଳୟ ର ରାସାୟନିକ ବିଜ୍ଞାନ ଅଧ୍ୟାପକ ଡ଼. କୈଳାସ ଚନ୍ଦ୍ର ସ୍ୱାଇଁ ମଞ୍ଚାସିନ ଥିଲେ l ଏହି ଅବସରରେ ଖଲିଙ୍ଗି ଗ୍ରାମରେ ସ୍ଥାପିତ ହୋଇଥିବା ଗୋପବନ୍ଧୁ ଙ୍କ ପ୍ରତି୍ମୃତି ରେ ଅତିଥି ମାନେ ପ୍ରଥମେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ପରେ ଏକ ସାଧାରଣ ସଭା ଅନିଷ୍ଠିତ ହୋଇଥିଲା l ସେବା ସଂଘ ସଭାପତି ମିଥୁନ ନାହାକ ଅଧ୍ୟକ୍ଷତା କରିଥିବା ବେଳେ ଅରବିନ୍ଦ ନାହାକ, ଭଗବାନ ରାଉତ, ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l


