ଉକ୍ରଳ ଆଲୁମିନା ପ୍ଲାଣ୍ଟ ବିରୁଦ୍ଧରେ ଜନ ଅସନ୍ତୋଷ
ଭୁବନେଶ୍ୱର(ଜୁଗାବ୍ଦ ନ୍ୟୁଜ୍): ଉକ୍ରଳ ଆଲୁମିନା ପ୍ଲାଣ୍ଟ ଉକ୍ରଳ ଆଲୁମିନା ପ୍ଲାଣ୍ଟ ବିରୁଦ୍ଧରେ ଜନ ଅସନ୍ତୋଷ ଯୋଗୁଁ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଓ ସମସ୍ୟା ଭୋଗ କରିଆସୁଛନ୍ତିି ବୋଲି ସରକାରଙ୍କ ପାଖରେ ଅଭିଯୋଗ କରିବାକୁ ରାଜଧାନୀର ଲୋୟର ପିଏମ୍ଜିଠାରେ ଗତ ଦୁଇଦିନ ହେଲା ଧାରଣା ଏବଂ ଆନ୍ଦୋଳନ ଜାରି ରଖିଛନ୍ତି । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁରାଗୁଡ଼ାଠାରେ ଉକ୍ରଳ ଅଲୁମିନା ପ୍ଲାଣ୍ଟ ପ୍ରତିଷ୍ଠା ହେବା ପରେ ପରେ ସେଠାରେ ପ୍ଲାଣ୍ଟଣ୍ଟପାଖ ଅଞ୍ଚଳରେ ଥିବା ଦ୍ୱିମୁଣ୍ଡି ଗ୍ରାମର ଲୋକମାନେ ଅଧିକ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ସରକାର କୌଣସି ବ୍ୟବସ୍ଥା କରୁନାହାଁନ୍ତି । ଏପରିକି ଉକ୍ରଳ ଆଲୁମିନା ପ୍ଲାଣ୍ଟରୁ ବାହାରୁଥିବା ଧୂଳି, ଧୁଆଁ, କୋଇଲା ଓ ବକ୍ସାଇଟି ଗୁଣ୍ଡ ଯୋଗୁ ସ୍ଥାନୀୟ ଅଞ୍ଚଳରେ ପାନୀୟଜଳ, ଖାଦ୍ୟ ସାମଗ୍ରୀ ସର୍ବୋପରି ବାୟୁମଣ୍ଡଳ ଅତିମାତ୍ରାରେ ଦୂଷିତ ହେଉଛି ଯାହାଦ୍ୱାରା କି ଗରିବ, ନିରୀହ ଓ ସରଳ ଲୋକମାନେ ବିଭିନ୍ନ ପ୍ରକାର ଦୂରାରୋଗ୍ୟରେ ପୀଡ଼ିତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଅନ୍ୟପକ୍ଷରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ମଧ୍ୟ ସ୍ଥାନୀୟ ଲୋକମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ନଦେଇ ଅତ୍ୟାଧୁନିକ ମେସିନ୍ ବ୍ୟବହାର କରି ଆଲୁମିନିୟମ ଉତ୍ପାଦ କରିବାରେ ଲାଗି ପଡ଼ିଥିବା ବେଳେ ସରକାର ମଧ୍ୟ ଦ୍ୱିତୀୟ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ କମ୍ପାନୀକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ଲୋକମମାନଙ୍କର ଅଭିଯୋଗ ଏବଂ ଦୁଃଖ ଦୁର୍ଦ୍ଦଶାକୁ କର୍ଣ୍ଣପାତ ନ କରି ପ୍ଲାଣ୍ଟ କର୍ତ୍ତୃପକ୍ଷ ଜନସାଧାରଣଙ୍କର ଗୋଚର ଜମି ଓ ଶଶ୍ମାନ ଜମିକୁ ମାଡ଼ିବସି ଦ୍ୱିତୀୟ ୟୁନିଟ୍ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ କମ୍ପାନୀ କର୍ତ୍ତୃପକ୍ଷ ଦ୍ୱି୍ମୁଣ୍ଡି ଗ୍ରାମବାସୀଙ୍କର ଜମି ନେଲା ପରେ ମଧ୍ୟ ସ୍ଥାନୀୟ ଲୋକମାନଙ୍କୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ କୌଣସି ନିଯୁକ୍ତି ଦେଉନାହାଁନ୍ତି । ତେଣୁ ଦ୍ୱିମୁଣ୍ଡି ଗ୍ରାମବାସୀମାନେ ସରକାର ଓ କର୍ତ୍ତୃପକ୍ଷଙ୍କ ପାଖରେ ନିଯୁକ୍ତି ପାଇଁ ଏବଂ ଦ୍ୱିମୁଣ୍ଡି ଗ୍ରାମର ଅଧିବାସୀଙ୍କୁ ବିସ୍ଥାପିତ କରି ନୂତନ ଜାଗାରେ ଘର ଯୋଗାଇ ଅବସ୍ଥାପିତ କରିବାକୁ ସରକାରଙ୍କୁ ବାରମ୍ବାର ଦାବି କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ଦ୍ୱିମୁଣ୍ଡି ଗ୍ରାମର ଅଧିବାସୀ ତାଙ୍କର ଦାବିକୁ ଅଧିକ ଶାଣିତ କରିବା ପାଇଁ ରାଜଧାନୀ ଆସି ଆନ୍ଦୋଳନ ଓ ଧରଣା ଜାରି ରଖିଛନ୍ତି । ଏହି ଧାରଣା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶଙ୍କର୍ଷଣ ନାୟକ, ପୁରନ୍ଦର ନାୟକ, ସୁଦର୍ଶନ ନାୟକ, ପୀତବାସ ନାୟକ, ପୁରନ୍ଦିର ଝୋଡ଼ିଆଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତିମାନେ ସାମିଲ୍ ହୋଇ ସେମାନଙ୍କର ଦାବିକୁ ତୁରନ୍ତ ବିଚାରକୁ ନେବା ପାଇଁ ଦାବି କରିଛନ୍ତି ।