ଉକ୍ରଳ ଦିବସରୁ ଓଡିଆରେ ଅସଂରକ୍ଷିତ ରେଳ ଟିକେଟ ମିଳିବ

ଭୂବନେଶ୍ୱର : ରେଳ ମନ୍ତ୍ରାଳୟ ପକ୍ଷରୁ ଓଡିଶା ବାସୀଙ୍କ ସ୍ୱାର୍ଥ ଓ ଆବେଗକୁ ଦୃଷ୍ିରେ ରଖି ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ପିୟୁଷ ଗୋୟଲ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଷ୍ଟ ଜୋନ ଅନ୍ତର୍ଗତ ଓଡିଶାର ବିଭିନ୍ନ ଷ୍ଟେସନରେ ଓଡିଆ ଭାଷାରେ ଲିଖିତ ଟିକେଟ ପ୍ରଦାନ ପାଇଁ ଚିଠି ଲେଖିଥିଲେ । ସେ ଚଠିରେ ଲେଖିଥିଲେ ଯେ ଓଡିଶା ବାସୀଙ୍କ ସ୍ୱାର୍ଥ ଓ ଆବେଗକୁ ସ୍ୱାର୍ଥରେ ରଖି ଦକ୍ଷିଣ ପୂର୍ବ ତଟ ରେଳ ଜୋନ ଅନ୍ତର୍ଗତ ଓଡିଶାର ବିଭିନ୍ନ ଷ୍ଟେସନରେ ଓଡିଆରେ ଲିଖିତ ଟିକେଟ ପ୍ରଦାନ ପାଇଁ ପତ୍ର ଲେଖିଥିଲେ । ପ୍ରଧାନଙ୍କ ପତ୍ରଙ୍କୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ପ୍ରାୟ ୩୧୭ ଟି ରେଳ ଷ୍ଟେସନରେ ଅସଂରକ୍ଷିତ ରେଳଛାପା ଟିକେଟ ଉକ୍ତଳ ଦିବସ ତଥା ଆସନ୍ତା ଏପ୍ରଲ ୧ ତାରିଖ ଠାରୁ ଓଡିଆ ଭାଷାରେ ଟିକେଟ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ