ଉଚ୍ଚାଭିଳାଷୀ

ପିଲାଦିନୁ ସେ ସେମିତି. ସବୁଥିରେ ଶୀର୍ଷରେ ରହିବା ତାର ପସନ୍ଦ. ଭାଇବି ତାର ଶୀର୍ଷରେ ରହେ ଖେଳକୁଦ, ଆକାଶ ଓ ସମୁଦ୍ରରେ ଡାଇଭ ମାରିବାକୁ ବି ଭଲପାଏ କିନ୍ତୁ କାହା ସଙ୍ଗେ ପ୍ରତିଦ୍ବନ୍ଦିତା କରି ଶତ୍ରୁ କିଣେ ନାହିଁ ଭଉଣୀ ଲୁସି ପରି. ଭାଇ ସୋମୁ ଜିତାପଟ ନେଲେ ମଧ୍ୟ ପ୍ରତିଦ୍ବନ୍ଦୀ ସହ କରମର୍ଦ୍ଦନ କରେ କିନ୍ତୁ ଲୁସି ଭାଇ ପରି ନୁହେଁ.ତାର ଅଦ୍ଭୁତ ଖିଆଲ. ପ୍ରତିଦ୍ବନ୍ଦୀକୁ ସମକକ୍ଷ ଭାବିଲେ ହୁଏତ ହାରିବାକୁ ପଡେ. ପ୍ରତିଦ୍ବନ୍ଦୀ ସବୁବେଳେ ପ୍ରତିଦ୍ବନ୍ଦୀ, ନହେଲେ ଜିତିବା ଅସମ୍ଭବ. ତାର ଏହି ମନୋବୃତ୍ତି ତାକୁ ଆଜି ଏମିତି ସ୍ବାଧୀନଚେତା କରିଛି ଯେ ବାପା ବୋଉ ତା ପାଇଁ ଖୁବ ଚିନ୍ତିତ. ଲୁସିର ଏହି ଗୁଣ ପାଇଁ ତାର ହାଇସ୍କୁଲ ସ୍ତରର ଅନେକ ସାଙ୍ଗଙ୍କ ସହ ମନାନ୍ତର ଓ ମତାନ୍ତର. ଖାଲି ସେତିକି ନୁହେଁ ମୋନା ସହ ତାର ଏପରି ପ୍ରତିଦ୍ବନ୍ଦିତା ମନୋଭାବ ଯୋଗୁଁ ମୋନା ବୋଉଙ୍କର ଆଜିକାଲି ଲୁସି ବୋଉଙ୍କ ସହିତ ପଟେନା. ଆଗରୁ ସୋନୁ ଓ ଲୁସିଙ୍କ ଘରେ ସଂଗୀତ, ନୃତ୍ୟ, ବାଦ୍ୟ ଆସର ହୁଏ. ଏବେ ଲୁସିର ସାଙ୍ଗମାନେ ତାର ପ୍ରତିଦ୍ବନ୍ଦୀ ହେବା ଫଳରେ ସେମାନଙ୍କ ପିତା ମାତା ଆଉ ଆସନ୍ତି ନାହିଁ ଆସରକୁ. ବାପା ମାଆ ଆଶଙ୍କିତ ହୁଅନ୍ତିନି ନିଜ ପାଇଁ କି ପୁଅ ସୋମୁ ପାଇଁ ବରଂ ସଦା ଆଶଙ୍କିତ ହୁଅନ୍ତି ଲୁସି ପାଇଁ.ଏବେ ଲୁସି କଲେଜରେ ପ୍ରଥମ ବର୍ଷରୁ ମଧ୍ୟ ତାର ସେହି ଶୀର୍ଷ ସ୍ଥାନ ଆପଣେଇବା ପ୍ରକୃତି ଓ ପ୍ରତିଦ୍ବନ୍ଦିତା ମନୋଭାବ ଯୋଗୁଁ ସେ କଲେଜରେ ସବୁ ଗ୍ରୁପରେ ରହି ନିଜର କାୟାବିସ୍ତାର କରିଚାଲିଛି. ବାପା ମାଆଙ୍କୁ ସୋମୁ ସାନ୍ତ୍ୱନା ଦିଏ କହେ ତୁମେ ନିଜେ ତ କୁହ ପୁଅ ଝିଅ ଭିତରେ ପ୍ରଭେଦ ନାହିଁ ତେବେ ଡରିବାର କଣ ଆବଶ୍ୟକତା ଅଛି?ତୁ ବୁଝିପାରିବୁନି ପୁଅ. ସନ୍ତାନର ସୁରକ୍ଷା ପାଇଁ ବାପା ମାଆଙ୍କ ଆଖିରୁ କେମିତି ନିଦ ହଜିଯାଏ, ନିଜେ ତୁ ବାପା ହେଲେ ଓ ଲୁସି ମାଆ ହେଲେ ଯାଇ ବୁଝିବ. ନିଜ ରାଇଜ ଛାଡି ଆମେ ବାହାର ଦେଶରେ ଅଛେ,ଯୋଉଠି ବନ୍ଧୁକରେ କାରବାରରେ କଟକଣା ନାହିଁ. ଏହି ଦେଶରେ ବିଦେଶୀ ହୋଇ ତାଙ୍କ ଦେଶର ବନ୍ଧୁକ କିଣା ନିଷେଦ୍ଧକୁ ଦୃଢତାର ସହିତ ମୁକାବିଲା କରିବା ଦଳର ନେତ୍ରୀ ହେବା ଲୁସିର କଣ ଦରକାର?ତ ଏହି ଚିନ୍ତାରେ ଆମକୁ ଡର ଲାଗିବା ସ୍ୱାଭାବିକ ନା ପୁଅ. ପୁଅକୁ ସାପ କାମୁଡିଲେ ମାଆ ପାଳଦଉଡି ଦେଖିଲେ ଡରେ ସତ ହେଲେ ଏଠି ମାଆ ବାପା ଡରୁଥିଲେ ବନ୍ଧୁକକୁ. ସତକୁ ସତ ସୁଧାର ପୁଅ ଯୋଉଦିନ ଫ୍ଲାଇଟରେ ଆସୁଥିବା ବେଳେ ବନ୍ଧୁକ ଫୁଟେଇଲା ଆକାଶ ବକ୍ଷରେ ବାପା ମାଆ ଭାବିଲେ ପୁଅ ସୋମୁ ପାଗଳ ହୋଇଗଲା.ପୁଅ କିନ୍ତୁ ପୋଲିସକୁ କହୁଥିଲା ଆକାଶର ଗଭୀରତା ମାପୁଥିଲି. ଆକାଶ କଣ ସମୁଦ୍ର ହୋଇଛି ତା ଗଭୀରତା ମାପୁଥିଲୁ କହି କେତେ କଷ୍ଟ କରି ପୁଅକୁ ଥାନାରୁ ମୁକୁଳେଇ ବନ୍ଧୁକ ଛଡେଇ ନେଲା ପରେ ପରେ ଝିଅ ଲୁସିର କଲେଜରେ ବନ୍ଧୁକ ଫୁଟି ଚାରିଜଣ ପିଲା ମରିଯିବା ଓ ଲୁସି ସେମାନଙ୍କୁ ରକ୍ଷା କରିବାକୁ ଯାଇ ତା ହାତରେ ଗୁଳି ବାଜି ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା ବାପା ମାଆଙ୍କୁ ଆଶ୍ଚର୍ଯ୍ୟ ଅଭିଭୂତ କରିପକାଇଲା.ଲୁସି ଭଲ ହେବାକୁ ଢେର ଦିନ ଲାଗିଯାଇଥିଲା. ଏଭିତରେ ଲୁସି କିନ୍ତୁ ବଦଳି ଯାଇଥିଲା ତା ଆଖିରେ ନାଚୁଥିଲା ସେହି ଚାରିଜଣ ଯୁବକଙ୍କ ମୃତ ଶରୀର ଓ ସେମାନଙ୍କ ପାଖରେ ଠିଆ ହୋଇଥିବା ବାପା ମାଆ ମାନଙ୍କ ସେ ରକ୍ତବିହୀନ କାନ୍ଦୁରା଼ ମୁହଁ. ଲୁସି ଏଣିକି ପାଠପଢା ଛଡା ଆଉ କୋଉ ଗ୍ରୁପରେ ରହିକି ଶୀର୍ଷକୁ ଯିବା ସ୍ୱପ୍ନ ବଦଳରେ ସେ ପାଠ ପଢ଼ି ଡାକ୍ତର ଵନିଯାଇଥିଲା. ସବୁଠୁ ଖୁସି ହୋଇଥିଲା ଲୁସି ଯୋଉଦିନ ସେ ମୋନାକୁ ଡେଲିଭରି କରିବା ଦାଇତ୍ୱନେଇ ସୁରୁଖୁରୁରେ ଯାଆଁଳା ଭାଇ ଭଉଣୀ ଦୁହେଁ ଜନ୍ମ କରାଇ ପାରିଥିଲେ ଅସ୍ତ୍ରପୋଚାର କରି. ମୋନା ସେଦିନ ହସି ହସି କହୁଥିଲା ମୋର ଏହି ପୁଅ ଝିଅ ଆକାଶର ଗଭୀରତା ମାପିବାକୁ ସମର୍ଥ ହେବେ ତ ଲୁସି. କାହିଁକି ନୁହେଁ ଆମ ଭାରତୀୟ ଜୋତିଶ ପଠାଣୀ ସାମନ୍ତ ଚନ୍ଦ୍ରଶେଖର ଯଦି ଦୁଇଖଣ୍ଡ କାଠି ସାହାଯ୍ୟରେ ଆକାଶର ଗଭୀରତା ମାପି ପାରିଥିଲେ ତୋ ପୁଅ ଝିଅ ଏ ଡିଜିଟାଲ ଯୁଗରେ ସବୁ ପାରିବେ. ହସୁଥିଲା ମୋନା କାରଣ ସୋମୁ କହୁଥିଲା ମୋ ପାଗଳ ଖିଆଲି ପଣକୁ ସତ କରିବାକୁ ଏମାନେ ଆସିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ