ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ଓକିଲ ସଂଘ ଦ୍ୱାରା ଆୟୋଜିତ ଏକ ସଭାରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଡାଃ ଏସ୍‌. ମୂରଲୀଧର, ହାଇକୋର୍ଟର ରେଜିଷ୍ଟାର ଜେନେରାଲ ଓ ଭୁବନେଶ୍ୱର ଜିଲ୍ଲାଜଜ୍ ଶ୍ରୀ ରାମଶଙ୍କର ହୋତାଙ୍କ ସମେତ ସମସ୍ତ ଜୁଡ଼ିସିଆଲ ଅଫିସରବୃନ୍ଦ ଯୋଗ ଦେଇଥିଲେ । ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ନିର୍ମଳ କିଶୋର ରଥ, ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ଦାସ, ଉପସଭାପତି ଶ୍ରୀଯୁକ୍ତ ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରାୟଣ ସାହୁ ଏବଂ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ । ସଂଘର ସଭାପତି ଶ୍ରୀଯୁକ୍ତ ନିର୍ମଳ କିଶୋର ରଥ ମୁଖ୍ୟ ବିଚାରପତି ମହୋଦୟଙ୍କୁ ସଂଘ ତରଫରୁ ଏକ ଦାବି କରିଥିଲେ କି ଭୁବନେଶ୍ୱରରେ ଓଡ଼ିଶାର ସବୁଠାରୁ ଅଧିକ କେଶ୍ ବଢି ଯାଉଥିବାରୁ ଆଉ ଗୋଟିଏ ଫ୍ୟାମିଲ୍ କୋର୍ଟ, ଦୁଇଟି ସିଭିଲ୍ ଜଜ୍‌, ସିନିୟର ଜଜ୍ କୋର୍ଟ ଓ ଗୋଟିଏ ସିଭିଲ୍ ଜଜ୍ ଜୁନିଅର ଡିଭିଜନ କୋର୍ଟ ସହିତ ଆଉ ୧୦ଟି ପ୍ରଥମଶ୍ରେଣୀ ମାଜିଷ୍ଟେଟ୍ କୋର୍ଟ ଖୋଲିବା ପାଇଁ ଦାବି କରାଯାଇଥିଲା । ମାନ୍ୟବର ମୁଖ୍ୟ ବିଚାରପତି ମହୋଦୟ ଭୁବନେଶ୍‌ବରରେ ପଡ଼ି ରହିଥିବା ଆଶାତୀତ କେଶ୍ ଗୁଡ଼ିକର ତୁରନ୍ତ ଫଇସଲା ପାଇଁ ଏହିସବୁ ନୂତନ କୋର୍ଟ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ସମ୍ପାଦକ ଶ୍ରୀ ରାଜକିଶୋର ଦାସ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ନେଇ ନିର୍ମାଣଧିନ ଜୁଡ଼ିସିଆଲ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏହି ସଭାରେ ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଶିବାନନ୍ଦ ରାୟ, ଶ୍ରୀଯୁକ୍ତ ନିର୍ମଳ ପଟ୍ଟନାୟକ, ଶ୍ରୀଯୁକ୍ତ ଅରୁପ ଚାନ୍ଦ, ଶ୍ରୀଯୁକ୍ତ ସୁଦାମ ଦାସ ଓ ବାର୍ କାଉନ୍‌ସିଲ୍‌ର ପୂର୍ବତନ ସଦସ୍ୟ ବିଭୂ ପ୍ରସାଦ ତ୍ରିପାଠୀଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ୱ ଆଇନ୍‌ଜୀବୀ ଉପସ୍ଥିତ ଥିଲେ । ସଭା କାର୍ଯ୍ୟ ପରିଚାଳନା କରିଥିଲେ ସଂଘର ଉପସଭାପତି ଶ୍ରୀ ଦେବୀଦତ୍ତ ବାରିକ ଏବଂ ସର୍ବଶେଷରେ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଅଶୋକ କୁମାର ବଡ଼ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ