ଉଛେଦ ପ୍ରକ୍ରିୟାକୁ ବିରୋଧ କରି ଆମରଣ ଅନଶନରେ ଭିନ୍ନକ୍ଷମ ମହାସଂଘ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଂଜାମ ଜିଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ବିଦ୍ୟାଳୟ ଉଚ୍ଛେଦକୁ ବିରୋଧ କରି ସୋମବାର ଗଂଜାମ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଗଂଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ ମହାସଂଘ ୧୯୮୬ ମସିହାରୁ ଜିଲ୍ଲାର ଅଗଣିତ ଭିନ୍ନକ୍ଷମମାନଙ୍କୁ ଶିକ୍ଷା ଓ ଥଇଥାନ କରି ଆସୁଥିବା ବେଳେ ୨୦୦୦ମସିହାରେ ତତ୍କଳୀନ ଜିଲ୍ଲପାଳ ଓ ଏସପିଙ୍କ ଦ୍ୱାରା ପ୍ରଦାନ କରିଥିବା ଏକ କୋଠାରେ ସମର୍ଥ ନାମକ ଏକ ଆବାସିକ ଶିକ୍ଷାକେନ୍ଦ୍ର ରହିଛି । ଯେଉଁଥିରେ ପ୍ରାୟ ୧୧୪ଜଣ ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ପିଲାମାନେ ଶିକ୍ଷାଲାଭ ସାଙ୍ଗକୁ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ପାଇପାରୁଛନ୍ତି । ତେବେ ସଂପୃକ୍ତ ବିଦ୍ୟାଳୟର କୋଠା ଭାଙ୍ଗିରୁଜି ଯାଇଥିବା ଓ ଏଠାରେ ଏକ ଅତ୍ୟାଧୁନିକ ପାର୍କ ନିର୍ମଣା କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ତିନିଦିନ ମଧ୍ୟରେ ଖାଲି କରିବାକୁ ନୋଟିସ ଜାରୀ କରାଯାଇଛି । ତିନିଦିନ ମଧ୍ୟରେ ବିଦ୍ୟାଳୟ ଖାଲି କରିବା ସହ ଏହାକୁ ଭାଙ୍ଗିବା ପାଇଁ ଜିଲ୍ଲପାଳଙ୍କ ନିର୍ଦ୍ଦେଶ ରହିଥିବାରୁ ମହାସଂଘ ଏହାର ତୀବ୍ର ବିରୋଧ କରିଛି । ଜେତେବେଳେ ଜିଲ୍ଲପାଳ ନିଜ ସ୍ୱାର୍ଥ ପାଇଁ ସରକାରୀ କୋଠାକୁ ବେସରକାରୀ ସ୍କୁଲ ପାଇଁ ଦେଇପାରୁଛନ୍ତି ସେପରି ସ୍ଥଳେ ଗୋଟିଏ ସରକାରୀ ଅନୁଦାନ ପ୍ରାପ୍ତ ଭିନ୍ନକ୍ଷମ ଶିକ୍ଷାନୁଷ୍ଠାନକୁ ଅଣଦେଖା କରିବା କେତେଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ମହାସଂଘର ସମ୍ପାଦକ ତଥା ସମର୍ଥ ଅନୁଷ୍ଠାନ ଅଧ୍ୟକ୍ଷ କେ.ଆନନ୍ଦ ରାଓ । ବହୁବାର ଏନେଇ କାକୁତି ମିନତି କରିବା ସହ ଗୁହାରୀ କଲେ ବି ସୁଧାକୈାଣସି ନ୍ୟାୟ ମିଳୁନାହିଁ । ଆମକୁ ନ୍ୟାୟ କଣ ଜିଲ୍ଲପାଳ ଦେବେ ଆମକୁ ହଇରାଣ କରୁଛନ୍ତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିର୍ଘ ୧୫ ଦିନ ହେଲା ସମର୍ଥ ଆବାସିକ ଶିକ୍ଷାଅନୁଷ୍ଠାନ ବିଦ୍ୟୁତ ସେବା,ପାନୀୟ ବ୍ୟବସ୍ଥା ବିଛିନ୍ନ କରାଯାଇଥିବା ସେ କହିଥିଲେ । ଉକ୍ତ ଅନୁଷ୍ଠାନରେ ୧୧୪ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ରହୁଥିବା ବେଳେ କରୋନା ପାଇଁ ସେମାନେ ନିଜ ନିଜ ଗ୍ରାମକୁ ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ପୁଣି ଏକ ନୋଟିସ ଅନୁଷ୍ଠାନକୁ ଦିଆଯାଇଥିଲା । ଯାହାଫଳରେ ଏହାକୁ ବିରୋଧ କରି ଆଜି ଆମରଣ ଅନଶନ ଦିଆଯାଇଛି । ଯେତେ ଦିନ ପର୍ଯ୍ୟନ୍ତ ଆମକୁ ରହିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇନାହିଁ ସେତେଦିନ ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରୀ ରହିବ ବୋଲି କହିଛନ୍ତି ଅନୁଷ୍ଠାନର ସଂପାଦକ । ଅନ୍ୟପକ୍ଷରେ କୋଠଟି ଅସୁରକ୍ଷିତ ଅଛି । ୨୦ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ କୋଠାଟି ବିପଦସଂକୁଳ ଅବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷା ଅନୁଷ୍ଠାନ କୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିବା ନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁାଲଙ୍ଗେ । ଏହାସହ ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ସେମାନଙ୍କ ରହଣିପାଇଁ ଜିଲାପ୍ରଶାସନ ପକ୍ଷରୁ ୩ଟି ସ୍ଥାନ ଚିହ୍ନଟ ହୋଇଛି । ସେହିପରି ଆନ୍ଦୋଳନ ସ୍ଥଳରେ ଭିନ୍ନକ୍ଷମ ହରିହର ମହାନ୍ତି ଓ ସୁନିତା ରାଉଳ ଅସୁସ୍ଥତା ଅନୁଭବ କରିଥିବାରୁ ଘଟଣା ସ୍ଥଳେ ଡାକ୍ତର ଟିମ୍ ପହଞ୍ଚି ସେମାନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ କରିଥିବା ସହ ଆମ୍ବୁଲାନ୍ସ ମାଧ୍ୟମରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅପରାହ୍ନରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଏସ୍ଡିପିଓ ଗୌତମ କିଷାନ୍, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ, ଛତ୍ରପୁର ବିଇଓ ଅବିନାଶ ଶତପଥୀ ପ୍ରମୁଖ ମହାସଂଘର ସଂପାଦକଙ୍କୁ ନେଇ ବିଭିନ୍ନ ସ୍ଥାନ ଦେଖାଇଥିଲେ । କିନ୍ତୁ ଉକ୍ତ ସ୍ଥାନ ଗୁଡିକୁ ମହାସଂଘର ସଂପାଦକ ଅନିଛା ପ୍ରକାଶ କରିଥିଲେ । ଖବର ଲେଖା ବେଳକୁ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।