ଉଜାଲା ଗ୍ୟାସ କନେକସନ ଥାଇବି ମିଳିନି ଟାଙ୍କି ଓ ଚୁଲା, ଖାତାକୁ ଆସୁଛି ଟଙ୍କା

ହାଟଡିହି, (ଓ୍ବାଇଏନ୍ଏସ୍) : ଉଜ୍ଜାଲା ଗ୍ୟାସ କନେକସନ ଥାଇବି ଆଜି ପର୍ଯ୍ୟନ୍ତ ମିଳିନି ଟାଙ୍କି ଆଉ ଚୁଲା । କେନ୍ଦ୍ର ସରକାର କରୋନା ସହାୟତା ଯୋଗାଇଦେବାପରେ ଜମାଖାତାକୁ ଟଙ୍କା ଆସିବାପରେ ଯାଇ ହିତାଧିକାରୀମାନେ ଜଣେ ଜଣେ ଉଜ୍ଜାଲା ଗ୍ୟାସ ହିତାଧିକାରୀ ହୋଇଥିବା ଜାଣିପାରିଥିଲେ । ଆଜକୁ ତିନିମାସ ହେଲା ସେମାନେ ଇଣ୍ଡିଆନ ଗ୍ୟାସ ବିତରକଙ୍କ ପାଖକୁ ଗ୍ୟାସ ଟାଙ୍କି ଆଉ ଚୁଲା ପାଇଁ ଦୌଡି ଦୌଡି ନୟାନ୍ତ ହୋଇଯିବାପରେ ନିରାଶ ହୋଇ ଘରେ ବସିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତର ବରାଙ୍ଗ ଗ୍ରାମରେ । ଗ୍ରାମର ସତ୍ୟଭାମା ବେହେରା ଗତ ତିନିବର୍ଷ ତଳେ ଉଜ୍ଜାଲା ଯୋଜନାରେ ଗ୍ୟାସ ପାଇବାପାଇଁ ଆବେଦନ କରିôତଲେ । ସେତେବେଳେ ଜଣେ ଦଲାଲ ମାଧ୍ୟମରେ ତାଙ୍କର ଆଧାରକାର୍ଡ, ରେସନକାର୍ଡ, ବ୍ୟାଙ୍କ ଜମାବହି ଆଦି ଦେଇ ଆବେଦନ କରିଥିଲେ । ମାତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ତାଙ୍କୁ ଗ୍ୟାସ ଦିଆଗଲା ନାହିଁ । ବାରମ୍ବାର ସେ ଦଲାଲ ପାଖକୁ ଦୌଡି ଦୌଡି ଚୁପ ହୋଇ ବସିଗଲେ । ସେହିପରି ଜାଡି ଧିର, ସାବିତ୍ରୀ ନାୟକ ମଧ୍ୟ ନିଜ ନିଜର କାଗଜପତ୍ର ଦେଇ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଗ୍ୟାସ ଯୋଗାଇ ଦିଆଯାଇ ନଥିଲା । କିନ୍ତୁ କରୋନା ପାଇଁ କେନ୍ଦ୍ର ସରକାର ଉଜ୍ଜଲା ଯୋଜନାରେ ହିତାଧିକାରୀଙ୍କ ଏକାଉଣ୍ଟକୁ ସିଧାସଳଖ ସବସିଡ ଯୋଗାଇଦେବାପରେ ସେମାନଙ୍କ ଏକାଉଣ୍ଟକୁ ଟଙ୍କା ଆସିବାରୁ ସେମାନେ ଜଣେ ଜଣେ ହିତାଧିକାରୀ ହୋଇଥିବା ଜାଣିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ବୁଝାବୁଝି କରି ବିଦ୍ୟାଧରପୁର ଇଣ୍ଡେନ ଗ୍ରାମୀଣ ବିତରକଙ୍କ ପାଖକୁ ଯାଇ ବୁଝିବାରୁ ତୁମର ଏଠିକୁ କିଛି ଆସିନାହିଁ ତୁମେ ଅନ୍ୟତ୍ର ବୁଝ ବୋଲି କହି ଫେରାଇ ଦେଇଥିଲେ । ସେହିଦିନ ଠାରୁ ସେ ଏ ଏଜେନସି ଓ ସେ ଏଜେନସି ହେଉଛନ୍ତି କିନ୍ତୁ ତାଙ୍କୁ କେଉଁଠିବି ଟାଙ୍କୁ ଚୁଲା ଦିଆଯାଉ ନାହିଁ । ଏବେ ଅନଲାଇନରେ ଦେଖିବାପରେ ସେ ବିଦ୍ୟାଧରପୁର ଇଣ୍ଡେନ ଗ୍ରାମୀଣ ବିତରକଙ୍କ ଠାରେ ଜଣେ ଜଣେ ଗ୍ରାହକ ହୋଇଥିବା ଜାଣିବାକୁ ପାଇଛନ୍ତି । କିନ୍ତୁ ସେ ତାଙ୍କୁ ଚୁଲା ଓ ଟଙ୍କି ଦେଉ ନଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଦ୍ୟାଧରପୁର ଇଣ୍ଡେନ ବିତରକର ପରିଚାଳକଙ୍କୁ ପଚାରିବାରେ ସେ କଣ ହୋଇଛି ମୁଁ ଜାଣିନି ଯଦି ସେମାନଙ୍କର ନାମ ଆମପାଖରେ ଥିବ ତେବେ ଆମେ ଗ୍ୟାସ ଯୋଗାଇଦେବୁ ବୋଲି କହିଛନ୍ତି । ଖାଲି ଏହି ତିନିଜଣ ନୁହଁନ୍ତି ଗ୍ରାମର ବାସନ୍ତି ଧିର, ମଳୟ ମଞ୍ଜରୀ ଜେନା, ଅନ୍ନପୁର୍ଣ୍ଣା ବେହେରା, ଜ୍ୟୋତି ନାୟକ, ମନରମା ନାୟଗ, ବାସନ୍ତିଲତା ଧିର, ଶାନ୍ତିଲତା ଧିର, ବାସନ୍ତି ନାୟକ, ପାର୍ବତୀ ନାୟକ, ମାତାଜି ଜେନା, ରୀନା ନାୟକ ପ୍ରମୁଖଙ୍କ ସମାନ ଅବସ୍ଥା । ସେମାନେ ମଧ୍ୟ ସେହି ତିନିବର୍ଷ ପୁର୍ବେ ଆବେଦନ କରିଥିଲେ ମଧ୍ୟ ତାଙ୍କର ଆଜି ପର୍ଯ୍ୟନ୍ତ ଉଜ୍ଜାଲା ଗ୍ୟାସ ସଂଯୋଗ ପାଇପାରି ନଥିବା କହିଛନ୍ତି । ଏ ସମ୍ପର୍କରେ ସେଲ୍‌ସ ଅଫିସର ଅନୁପମ କୁମାରଙ୍କୁ ପଚାରିବାରେ ସେ ତୁରନ୍ତ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ