ଢେଙ୍କାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ହାଟଡିହି (ଓ୍ବାଇଏନଏସ): ଆସ୍ପାୟାର ସଂଗଠନ ପକ୍ଷରୁ ଢେଙ୍କାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସଂଚାଳକ ଶ୍ରୀ ଅମ୍ଳାନ କୁମାର ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା ଦିବସର ଗୁରୁତ୍ୱ ସହିତ ମହିଳାମାନଙ୍କର ଅଧିକାର, ସଶକ୍ତିକରଣ ଓ ସମାଜ ଗଠନରେ ତାଙ୍କର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆସ୍ପାୟାର ସଂଗଠନର ପ୍ରିୟଦର୍ଶିନୀ ପରିଡା, ଆଲୋକ ନାୟକ, ସ୍ବର୍ଣ୍ଣପ୍ରିୟା ତ୍ରିପାଠୀ, ରିତାଞ୍ଜଳୀ ସେଠି, ଖଗେଶ୍ୱର ମହାଳିକ, ସସ୍ମିତା ନାୟକ, ବ୍ରଜକିଶୋର ଜେନା, ଲିଜାଞ୍ଜଳି ତ୍ରିପାଠୀ, ଅନିଲ ଓଝା ଓ ରୁଦ୍ରନାରାୟଣ ଜେନା ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ