ଉଜ୍ଜଳ ଭାରତ-ଉଜ୍ଜଳ ଭବିଷ୍ୟତ, ପାଓ୍ବାର “@ ୨୦୪୭” ଅନୁଷ୍ଠିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :ଓଡିଶା ପାଓ୍ବାର ଟ୍ରାନ୍ସମିଶନ୍ କର୍ପୋରେସନ୍ ଲିମିଟେଡ୍, ଟିପି ସାଉଥ୍ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ୍, ପାଓ୍ବାର ଗ୍ରୀଡ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ର ମିଳିତ ଆୟୋଜନ କ୍ରମେ ସମଗ୍ର ଭାରତ ବର୍ଷରେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ “ଉଜ୍ଜଳ ଭାରତ-ଉଜ୍ଜଳ ଭବିଷ୍ୟତ, ପାଓ୍ବାର @ ୨୦୪୭” କାର୍ଯ୍ୟକ୍ରମ ଆଜି ଶନିବାର ଦିନ ଜିଲ୍ଲା ସ୍ତରୀୟ ଉତ୍ସବ କୁକୁଡାଖଣ୍ଡି ବ୍ଲକ୍ କାର୍ଯ୍ୟାଳୟ ସ୍ଥିତ ସଭାଗୃହରେ ପାଳନ ହୋଇଯାଇଛି । ୫ ହଜାର କୋଟି ଟଙ୍କା ମୂଲ୍ୟରେ ଏନ୍.ଟି.ପି. ସି.ଏଲ୍ ର ତଥ୍ୟ ଉର୍ଜା ପରିଚାଳନା ଯୋଜନା, ତିନି କୋଟି ଟଙ୍କାରୁ ଅଧିକ ବିଜୁଳି ବିତରଣ ଆଧୁନୀକିକରଣ ସମ୍ବନ୍ଧୀୟ ପୁନରୁଦ୍ଧାର ଆଧାରୀତ ବିତରଣ କ୍ଷେତ୍ର ଯୋଜନା ଓ ଜାତୀୟ ରୁଫ୍ ଟପ୍ ସୋଲାର ପୋର୍ଟାଲର ଶୁଭ ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଅନ୍ ଲାଇନ୍ ମାଧ୍ୟମରେ ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କୀର୍ତ୍ତି ଭାସନ୍ ଭି. ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଉତ୍ସବରେ ଓପିଟିସିଏଲ୍ ର ଇ.ଡି. ବିଶ୍ବ ରଞ୍ଜନ ମିଶ୍ର,ପାଓ୍ବାର ଗ୍ରୀଡ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ର ସିଜିଏମ୍ ଏସ୍.ପି.ଦାଶ, କୁକୁଡାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣୀ ସଂଘମିତ୍ରା ଦେବୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । 169 GW ରୁ ଅଧିକ ଉତ୍ପାଦନ ଯୋଡ଼ି ହେଇ ମୋଟ ବିଜୁଳି ସ୍ଥାପିତ କ୍ଷମତା 404GW କୁ ପହଞ୍ଚି ଯାଇଛି। ଏବଂ ଭାରତବର୍ଷ ବିଜୁଳି ଅଭାବ ରୁ ବିଜୁଳି ବଳକା ଦେଶ ଭାବେ ପରିଚିତ ହୋଇପାରିଛି । ଦେଶରେ ଏକ ପ୍ରାନ୍ତ ରୁ ଅନ୍ୟ ପ୍ରାନ୍ତ କୁ ବିଜୁଳି ପହଞ୍ଚାଇବା ପାଇଁ 1.6 ଲକ୍ଷ ସର୍କିଟ କିଲୋମିଟର ରୁ ଅଧିକ ଟ୍ରାନ୍ସମିଶନ ଲାଇନ ବିଛା ଯାଇଛି । ଯାହାଦ୍ବାରା ଦେଶରେ ଏକ ଗ୍ରିଡ ଏକ ଫ୍ରିକୁଏନ୍ସି ର ବିଜୁଳି ସଂଯୋଗ ପ୍ରକ୍ରିୟା ସମ୍ଭବ ହେଇ ପାରିଛି । ଯାହାକି ବିଶ୍ଵ ସ୍ତରର ସବୁଠାରୁ ବଡ଼ ଏକିକୃତ ଗ୍ରିଡ୍ । ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ର ଏକ ବଡ଼ ଉଦାହରଣ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା , ଯେମିତି ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନା (DDUGJY), ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା (SAUBHAGYA), ଏକୀକୃତ ଉର୍ଜା ବିକାଶ ଯୋଜନା (IPDS), ଇତ୍ୟାଦି ଯୋଜନା ଦ୍ଵାରା ବର୍ଷ ୨୦୧୮ ଭିତରେ ଦେଶର ସମଗ୍ର ୧୮୩୭୪ ଗାଁ କୁ ବିଜୁଳି ସଂଯୋଗ କରାଯାଇ ୧୦୦ ପ୍ରତିଶତ ଗ୍ରାମ୍ୟ ବିଦ୍ୟୁତିକରଣ ର ଲକ୍ଷ୍ୟ ପ୍ରାପ୍ତି ହେଇ ସାରିଛି । ଏଥି ସହିତ ୨.୮୬ କୋଟି ଜନତା ଙ୍କୁ ନିଃଶୁଳ୍କ ବିଜୁଳି ସଂଯୋଗ କରା ଯାଇ ଶତ ପ୍ରତିଶତ ଘରୋଇ ବିଦ୍ୟୁତକରଣ ର କଠିନ ଲକ୍ଷ୍ୟ ବି ପୁରା ହେଇ ପାରିଛି । ୨.୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଜୁଳି ବ୍ୟବସ୍ଥା କୁ ସୁଦୃଢ କରା ଯାଇଛି , ଯାହା ଦ୍ଵାରା ୨୦୧୫ ମସିହାରେ ଗ୍ରାମାଞ୍ଚଳରେ ଯେଉଁ ୧୨ ଘଣ୍ଟା ବିଦ୍ୟୁତ୍ ଯୋଗାଣ ହେଉଥିଲା ତାହା ବୃଦ୍ଧି ହେଇ ବର୍ତ୍ତମାନ ୨୨.୫ ଘଣ୍ଟା ସମ୍ଭବ ହେଇ ପାରିଛି । ଅକ୍ଷୟ ଶକ୍ତି ଯାହା ସୌର୍ଯ୍ୟ,ବାୟୁ, ଜଳାଧାର, ବାୟୋମାସ ଇତ୍ୟାଦି ସ୍ରୋତରୁ ଉତ୍ପନ୍ନ ହୋଇଥାଏ,ତାହା ୨୦୧୪ ମସିହାରେ ଥିବା ମାତ୍ର ୭୬ GW କ୍ଷମତା ରୁ ୧୬୦ GW କ୍ଷମତା କୁ ବୃଦ୍ଧି ପାଇଛି। ଏହା ଦ୍ବାରା ୨୦୨୧ ମସିହାରେ ହିଁ ଭାରତ ୪୦ ପ୍ରତିଶତ ଅକ୍ଷୟ ଊର୍ଜା ମିଶ୍ରଣର ଲକ୍ଷ୍ୟ ହାସଲ କରିସାରି ବିଶ୍ୱରେ ଏମିତି ଚତୁର୍ଥ ଦେଶ ଭାବେ ଉଭା ହେଇ ପାରିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ରେ ପାୱାରଗ୍ରୀଡ ର ବି ବିଦ୍ୟୁତ୍ କ୍ଷେତ୍ର ରେ ବହୁତ ଯୋଗଦାନ ରହିଛି । ପୂର୍ବରେ DDUGJY ୧୧ ତମ ପ୍ଲାନ୍ ରେ ବିପିଏଲ ଶ୍ରେଣୀର ଲାଭାର୍ଥି ଙ୍କୁ ନିଃଶୁକ୍ଳ ବିଦ୍ୟୁତ୍ ସଂଯୋଗ ଦିଆ ଯାଇଥିଲା । ପରବର୍ତ୍ତୀ ସୌଭାଗ୍ୟ (SAUBHAGYA) ଯୋଜନା ରେ ୬.୯ ଲକ୍ଷ ବିପିଏଲ ଏବଂ ନନ-ବିପିଏଲ ଶ୍ରେଣୀର ଗ୍ରାମୀଣ ଲାଭର୍ଥି ଙ୍କୁ ୧୯୨୮ କୋଟି ଟଙ୍କା ଖର୍ଚ୍ଚ ରେ ବିଦ୍ୟୁତ୍ ସଂଯୋଗ ଦିଆ ଯାଇଥିଲା । ଏହି ସମସ୍ତ ବିଷୟକୁ ଆଧାର କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ନିର୍ଦ୍ଦେଶିତ ବ୍ରହ୍ମପୁର ସ୍ଥିତ ସାଶ୍ବତୀ କଳା ଅନୁଷ୍ଠାନ ରାମଚନ୍ଦ୍ର ସାସମଲ, ସୁନୀଲ କୁମାର ସ୍ବାଇଁ ଙ୍କ ସହଯୋଗ କ୍ରମେ ଯୁବ କଳାକାର ମାନଙ୍କ ଦ୍ଵାରା ନୁକଡ୍ ନାଟକ “ପରିବର୍ତ୍ତନ” ପରିବେଷଣ ହୋଇଥିଲା । ଛତ୍ରପୁରସ୍ଥିତ ଜୟ ଗଣେଶ କଳା ବିକାଶ କେନ୍ଦ୍ର ତରଫରୁ ଅଳକା ସାହୁଙ୍କ ନିର୍ଦ୍ଦେଶିତ ଓଡିଶୀ ନୃତ୍ୟ ଦୂର୍ଗା ତାଣ୍ଡବ ଅନୁଷ୍ଠିତ ହୋଇ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ