ଉଠାଜଳସେଚନ ପ୍ରକଳ୍ପ ଭାଙ୍ଗିଥିବା ବ୍ୟକ୍ତିକୁ ଗିରଫ୍  ପାଇଁ ଛତ୍ରପୁର ଥାନାରେ ଅଭିଯୋଗ

ଛତ୍ରପୁର(ଦେବଦତ୍ତ ମହାରଣା):ଗଙ୍ଗାପୁର ଗ୍ରାମର ଉଠା ଜଳସେଚନ ନିଗମ ପ୍ରକଳ୍ପ ନଂ-୯ କାର୍ଯ୍ୟକ୍ଷମ ହେବାର ୨ ମାସ ନ ପୂରଣୁ ଏହାକୁ ଅଚଳ କରିଦିଆଯାଇଛି । କେହି ଜଣେ ବ୍ୟକ୍ତି ପାଇପ ଲାଇନରେ ସାବଳ ମାରି ଚାରି ଜାଗାରେ ପାଇପ ଲାଇନ ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଯାହାଫଳରେ ଏହା ଉପରେ ନିର୍ଭର କରୁଥିବା ଚାଷୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏନେଇ ମାଁ ତ୍ରିଶକ୍ତି ପାଣିପଞ୍ଚାୟତର ସଭାପତି ଏବଂ କର୍ମକର୍ତ୍ତାମାନେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ୨ ମାସ ତଳେ ପ୍ରକଳ୍ପ କାମ ସମ୍ପୁର୍ଣ୍ଣ ହୋଇଥିବା ବେଳେ ଚାଷୀମନେତ୍ତବର୍ତ୍ତମାନ ଆସର୍ଣ୍ଣ ମରୁଡି ପରିସ୍ଥିତିରେ ଜମିରେ ପାଣି ରଖି ଧାନ ରୂଆ କାର୍ଯ୍ୟ ଠିକ୍ ଭାବେ କରିଆସୁଥିଲେ । କ୍ରମାଗତ ଭାବେ ଚାଷୀମାନେ ପାଣି ରଖି ଧାନ ରୂଆ କାର୍ଯ୍ୟ କରୁଥିବା ସମୟରେ କେହି ଜଣେ ବ୍ୟକ୍ତି ପାଇପ ଲାଇନର ଚାରି ଜାଗାରେ ସାବଳ ମାରି ଫଟାଇ ଦେଇଛି । ଏହା ଦ୍ୱାରା ଚାଷୀ ପାଣି ପାଇବାରୁ ବଞ୍ଚିତ ହୋଇ ପଡିଛନ୍ତି । ତେଣୁ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଚାଷୀ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ସେମାନେ ଏତଲାରେ ଦର୍ଶାଇଛନ୍ତି । ଏତଲା ପ୍ରଦାନ ବେଳେ ମାଁ ତ୍ରିଶକ୍ତି ପାଣିପଞ୍ଚାୟତର ସଭାପତି ତ୍ରିଲୋଚନ ନାୟକ, ରାଜେନ୍ଦ୍ର ନାହାକ, ସତ୍ୟ ନାରାୟଣ ନାହାକ (ସୁକାନ୍ତ) ଓ ଭଗବାନ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ