ଉଠାଦୋକାନୀ ସବୁ ସମସ୍ୟାର ସମାଧାନ କରାଯିବ : ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ୨୮ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ରାଜମହଲଛକଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇ ପ୍ରତିଷ୍ଠା ଦିବସ କେକ୍ କାଟିବା ପରେ କହିଥିଲେ ଯେ, ଉଠାଦୋକାନୀମାନେ ଆଉ ଭୟ କରିବାର ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଉଠାଦୋକାନୀମାନଙ୍କ ପାଇଁ ଧନର ଭଣ୍ଡାର ଖୋଲିଦେବା ସହ ପ୍ରତି ଦୋକାନ ପିଛା ତିନୋଟି କିସ୍ତିରେ ୯ ହଜାର ଟଙ୍କା ଲେଖାଏଁ କୋଭିଡ଼ ସହାୟତା ପ୍ରଦାନ କରିବା ସହ ୬୦କୋଟି ଟଙ୍କା ବିନିମୟରେ ୮୭ଟି ଭେଣ୍ଡିଂଜୋନ କରାଯିବା ପାଇଁ ମଞ୍ଜୁର କରିଛନ୍ତି । ଏତଦ୍‌ବ୍ୟତୀତୟ ରାଜ୍ୟ ସରକାର ଆଗାମୀ ଦିନରେ ଉଠାଦୋକାନୀ ଓ ଭେଣ୍ଡିଂଜୋନ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବେ । ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ମାଧ୍ୟମରେ ଭୁବନେଶ୍ୱର ମହାନଗର ନିଗମର କମିଶନକୁ ପ୍ରଦାନ କରିଥିଲେ । ଟାଉନ ଭେଣ୍ଡିଂ କମିଟି ଗଠନ କରିବା, ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନଙ୍କୁ ଥଇଥାନ କରିବା, ନୂତନ ଭେଣ୍ଡିଂଜୋନରେ ସ୍ୱଚ୍ଛତା ଆଣିବା ପାଇଁ ଏହି ଦାବିପତ୍ରରେ ଦର୍ଶାଯାଇଛି । ଟ୍ରଷ୍ଟର ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ ଓ ଅନୁ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୁଦର୍ଶନ ପୃଷ୍ଟି, ବିପିନ ବିହାରୀ ଜେନା, ସୂର୍ଯ୍ୟମଣି ସାହୁ, ସୁରେଶ ପଟ୍ଟନାୟକ, ବାସୁଦେବ ପଣ୍ଡା, ହେମନ୍ତ ନାୟକ, ମନୋଜ କୁମାର ସାହୁ, ବିରଞ୍ôଚ ନାରାୟଣ ଗାଣ୍ଠିଆ, ଗିରିଧାରୀ ପଣ୍ଡା, ବସନ୍ତ ବାବୁ, ସୁଦର୍ଶନ ଦାସଙ୍କ ସମେତ ୧୩୯ଟି ସଂଗଠନର ସଭାପତି, ସମ୍ପାଦକ ଯୋଗ ଦେଇଥିଲେ । ପରିଶେଷରେ ଯୋଗ ଦେଇଥିବା ସମସ୍ତ କର୍ମକର୍ତ୍ତାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ଆପ୍ୟାୟିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ