ଜିଲ୍ଲା କଂଗ୍ରେସ ଭବନରେ ୧୩୭ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ୧୩୭ତମ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ ଭବନ ପରିସରରେ ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ପତାକା ଉତ୍ତୋଳନ କରିଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଦାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରଦେଶ କଂଗ୍ରେସର ପର୍ଯ୍ୟବେକ୍ଷକ ତଥା ଜଗତସିଂହପୁର ପୈାରପାଳିକାର ପୂର୍ବତନ ନଗରପାଳ ବିପ୍ଳବ ଚୈାଧୁରୀ ପ୍ରମୁଖ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଏକ ସଭା କଜଳାସ୍ଥିତ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଜାତୀୟ କଂଗ୍ରେସ ଗଠନ ଓ ସେଥିରେ ଭାଗନେଇ ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ଭାରତବର୍ଷର ଜନଗଣଙ୍କୁ ସ୍ୱାଧୀନତାର ସ୍ୱାଦ ଚାଖିବାର ଆନନ୍ଦ ବିଷୟରେ ଆଲୋକପାତ କରିଥିଲେ । ବିଭିନ୍ନ ଦୃଷ୍ଟାନ୍ତ ଓ ଛୋଟ ଗଳ୍ପ ମାଧ୍ୟମରେ ଉପସ୍ଥିତ କର୍ମୀମାନଙ୍କୁ ଭାରତବର୍ଷର ଶାସନ ଓ କଂଗ୍ରେସର କାର୍ଯ୍ୟ ପ୍ରଣାଳୀ ଉପରେ ବିଷଦ ଭାବରେ ଆଲୋକପାତ କରି ବୁଝାଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ବେହୁରା ସ୍ୱାଧୀନତା ସଂଗ୍ରାମ ବେଳର କାର୍ଯ୍ୟଧାରା ଓ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କର ଭାରତବର୍ଷକୁ ସୁଶାସନ ଦେବା ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭ୍ରାଂଶୁ ଶେଖର ଲେଙ୍କା, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ପର୍ଯ୍ୟବେକ୍ଷକ ଶ୍ରୀ ଚୈାଧୁରୀ, ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ଧରଣୀଧର ସୁଆର, ପରଭେଜ ଅକ୍ତର, ସର୍ବେଶ୍ୱର ସେଠୀ, ସନ୍ଧ୍ୟାରାଣୀ ରାଉତ, ଅମୁଲ୍ୟ ପ୍ରଧାନ, ମଳୟ ଦାସ, ବିଜୟ ପଣ୍ଡା, ଉମେଶ ତ୍ରିପାଠୀ, ଚିତ୍ରସେନ ପରିଡା, କବିନ୍ଦ୍ର ସାମଲ, କୈଳାସ କର, କୁମାର ଚନ୍ଦ୍ର ବଳ, ସଂଗ୍ରାମ ପୃଷ୍ଟି, ହରେକୃଷ୍ଣ ନାୟକ, ଗୋପାଳକୃଷ୍ଣ ଜେନା, ନାରାୟଣ ପରିଡା, ରତିକାନ୍ତ ସାମଲ, ବୁଭୁ ପ୍ରସାଦ ଷଡଙ୍ଗି, ସଂଗ୍ରାମ କେଶରୀ ଜେନା, ଅଜିତ ମହାପାତ୍ର, ହାପି ବେହୁରା, ଅଜିତ ମହାନ୍ତି, ନିରଞ୍ଜନ ରାଉତ, ଜୟଦେବ ପରିଡା, ମୀର ମୁର୍ଶିଦ୍ଦ, କମଳାକାନ୍ତ ବେହେରା, ଜ୍ୟୋତିରଞ୍ଜନ ପରିଡା, ସମ୍ବିତ ଶ୍ରୀଚନ୍ଦନ, ଉମାଶଙ୍କର ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ଆଲୋକ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ