ଉତ୍କଳଗୌରବ ମଧୁସୂଦନ ଦାସଙ୍କ 89 ତମ ତିରୋଧାନ ଦିବସ ପାଳନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ 89ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିକୁ କୌଣସି ପ୍ରକାର ସଫାସୁତରା କରାଯାଇନଥିଲା, ମଞ୍ଚ କର୍ମକର୍ତ୍ତା ମାନେ ଆଜି ସକାଳୁ ପ୍ରତିମୂର୍ତ୍ତିକୁ ସଫା କରାଯାଇଥିଲା ଓ ପୂଜ୍ୟ ପୂଜା ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରତିମୂର୍ତ୍ତିରେ ଯଥା ମର୍ଯ୍ୟାଦାର ସହ ମାଲ୍ୟlର୍ପଣ ପରେ ବିଶିଷ୍ଟ ଶିକ୍ଷକ ସଂଗଠନର ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ମଧୁ ବାବୁଙ୍କ ଜୀବନୀ ପାଠ କରିଥିଲେ l ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ମଧୁବାବୁଙ୍କ ବଳିଷ୍ଠ ଅବଦାନ ସହ କୃଷକଙ୍କ ପାଇଁ କୃଷି ନୀତି, ମହିଳାଙ୍କୁ ସ୍ୱାବଲମ୍ବୀ କରିବା, ମହିଳାଙ୍କୁ ଶିକ୍ଷିତ କରିବl, ଓଡ଼ିଶାବାସୀଙ୍କୁ ରୋଜଗାରକ୍ଷମ କରିବାପାଇଁ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା ଆଦି କ୍ଷେତ୍ରରେ ତାଙ୍କ ଅବଦାନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା l ଶୈଳଭାମାଙ୍କୁ ଉଚ୍ଚ ଶିକ୍ଷିତା କରି ଓକିଲାତି ପେସାରେ ପ୍ରଥମ ମହିଳାଭାବେ ନିୟୋଜିତ କରିବା ଏକ ବିଶିଷ୍ଟ ଉଦାହରଣ l ପ୍ରଥମ ଗ୍ରାଜୁଏଟ, ପ୍ରଥମ ଏମଏ, ପ୍ରଥମ ଏଲଏଲବି ଓ ପ୍ରଥମ ଓକିଲ ଭାବେ ମଧୁ ବାବୁଙ୍କ ବହୁତ ଖ୍ୟାତି ରହିଛି, ହେଲେ ଓଡିଶାର ଖଣିଜ ସମ୍ପଦ, ଲୋକଙ୍କ ଜୀବିକା, ଭୁ ସମ୍ପଦ, ଜଙ୍ଗଲ ସମ୍ପଦ, ରାଷ୍ଟ୍ରୀୟ ଶିଳ୍ପ ଆଦି କର୍ପୋରେଟ ହାତକୁ ବିକ୍ରି କରିବା ଆଦି ଦ୍ୱାରା ଓଡିଶାର ସ୍ୱାର୍ଥ ହାନୀ ଘଟୁଛି l ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ଦ୍ୱାରା ଲୋକଙ୍କ ଜୀବନ ଜୀବିକା ନଷ୍ଟ ହେବା ଓଡ଼ିଶାରେ ଅତ୍ୟନ୍ତ ସାଙ୍ଘାତିକ ସ୍ଥିତି ଆଣିଦେଇଛି l ଏହା ବିରୁଦ୍ଧରେ ରହିଥିବା ଜନ ଅସନ୍ତୋଷକୁ ଜନ ଆନ୍ଦୋଳନରେ ପରିଣତ କରିବାପାଇଁ ଆଜିର ସଭାରେ ଆହ୍ୱାନ ଦିଆଯାଇଛି l ଆଜିର ସଭାରେ ସମାଜସେବୀ ସଲ୍ଲା କେଶବ ଲିଙ୍ଗମ,ଗଗନ ଚନ୍ଦ୍ର ମଲ୍ଲିକ,ବିଜୟ ଚନ୍ଦ୍ର ବିଷୋୟୀ,ହୃଷିକେଶ ପାତ୍ର, ମହିମା ର ସମ୍ପାଦକ ଶିବ ସୁନ୍ଦର ରଥ,ଅଭିନୟ ଜଗତର ସମ୍ପାଦକ ରବୀନ୍ଦ୍ର ନାୟକ, କ୍ରାନ୍ତିକାରୀ କୃଷକ ସଭା ର ଶଙ୍କର ସାହୁ, ସlମ୍ବଶିବା ରାଓ, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ମାୟାଧର ବିଶୋଇ, ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ନିଜ ନିଜ ମତ ବ୍ୟକ୍ତ କରିଥିଲେ l ଶେଷରେ ଆବାହକ ଅବନୀ ଗୟା ଧନ୍ୟବାଦ ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ